ସାଲେପୁର:ସାଲେପୁର କଳାଗ୍ନି ମନ୍ଦିର ପରିସରରେ ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ ୪ ଜଣ ସାମ୍ବାଦିକଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ ସଙ୍ଘର ସଭାପତି ଅଭୟ ଜେନା ଓଡ଼ିଶାର ୪ ଜଣ ସାମ୍ୱାଦିକ କରୋନା ମହାମାରୀରେ ପ୍ରାଣ ହରାଇଥିବା ବେଳେ, ତାଙ୍କର ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୨ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରି ଶେଷରେ ସଙ୍ଘର ସମସ୍ତ ସଦସ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ସାମ୍ୱାଦିକ କିଭଳି ଭାବେ କର୍ତ୍ତବ୍ୟ ସହ କାମ କରିବା ସହ ଲୋକଙ୍କ ପାଖରେ ଖବର ପହଞ୍ଚାଇ ଥାଏ ,ଏହି ସଭାରେ ଆଲୋଚନ କରାଯାଇଥିଲା ।
ରତ୍ନାକର ବାରିକ,ଅକ୍ଷୟ କୁମାର ଦାଶ ମହେଶ୍ୱର ବେହେରା,ନାରାୟଣ ଭୂୟାଁ,ତୁଷାର ଜ୍ୟୋତି ନାୟକ,ସୁରେଶ ବଳ,ତାପସ ଦାସ,ସଂଯୁକ୍ତା ସାହୁ,ଅକ୍ଷୟ କୁମାର ଗୋଛାୟତ,ଅଭିମନ୍ୟୁ ନାୟକ,ସ୍ୱଦେଶ ଜେନା,ଦୀପକ, କୁମାର ଷଢଙ୍ଗୀ,ଆଶୁତୋଷ ନନ୍ଦ,ପୀତବାସ ରାଉତ,ବାବୁଲି ବାରିକ,ଦିବାକର ରାଉତ,ରଂଜନ କୁମାର ବାରିକ ପ୍ରମୁଖ ଯୋଗଦେଇ ଦିବଂଗତ ସାମ୍ବାଦିକ ସ୍ମୃତି ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।