ମାଲକାନଗିରି (ଡିକେ ନ୍ୟୁଜ୍): ଆଜି ତା 26.09.2026 ରିଖ ସନ୍ଧ୍ୟା 7.00pm ରେ ବାଲିମେଳା କଲ୍ୟାଣମଣ୍ଡପ ରେ ବାଲିମେଳା ଠିକାଦାର ସଂଘ ର ବୈଠକ ଶ୍ରୀ ଅରୁଣ ପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜନ ହୋଇଥିଲା ଏହି ସଭାରେ ଆଲୋଚନା ହେଲା କି ଯେ ସମସ୍ତ ବାଲିମେଳା ଠିକାଦାର ଏକ ସ୍ୱର ଓ ଏକ ପ୍ରାଣ ହୋଇ ଏକ ହୋଇ ରହିବା ପାଇଁ ସମସ୍ତେ ନାରା ଦେଇଥିଲେ ଦ୍ୱିତୀୟରେ ଠିକାଦାର ସଂଘ ର ସଭା ଗୃହ ସମ୍ବନ୍ଧରେ ମଧ୍ୟ ଆଲୋଚନା ହେଇଥିଲା ଏଥିରେ ଶ୍ରୀ ମନୋଜ ପାଙ୍ଗି ବକ୍ତବ୍ୟ ରଖିଥିଲେ କି ଯେ ଆମ୍ଭେ ସମସ୍ତେ ଲିଖିତ ଭାବେ ତହସିଲଦାରଙ୍କ ଜଣାଇ ଜାଗା ଖଣ୍ଡେ ମାଗି ଠିକାଦାର ଗ୍ରୁପ ର ସଭା ଗୃହ କରିବା ଏଥିରେ ସମସ୍ତେ ସହମତି ପ୍ରକାଶ କରିଥିଲେ।ଶ୍ରୀ ଲଷ୍ମୀନାରାୟଣ ପଟ୍ଟନାୟକ ଯେତେବେଳେ ବି ସଭା ଆୟୋଜନ ହେବ ଅସ୍ଥାୟୀ ଭାବେ ମୁଁ ସଭା ଗୃହ ର ବ୍ୟବସ୍ଥା କରିଦେବି ବୋଲି ବକ୍ତବ୍ୟ ରଖିଥିଲେ ତେଣୁ ତାଙ୍କର ଏହି ଉଚ୍ଚ ବିଚାର କୁ ସମସ୍ତ ସଦସ୍ୟ ସମ୍ମାନ ଜଣାଇଥିଲେ l ଏହା ମଧ୍ୟ ବିଚାର କୁ ନିଆଗଲା କି ଯେ ଆସନ୍ତା କାଲି 27.09.2026 ତାରିଖ ଦିନ 10.00 AM ରେ ଶ୍ରୀ ଜଗନ୍ନାଥ ମନ୍ଦିର ରେ ବାଲିମେଳା ଠିକାଦାର ସଂଘ ତରଫରୁ କୋରୁକୋଣ୍ଡା ବ୍ଲକ ଠିକାଦାର ସଂଘ , ବାଲିମେଳା ଠିକାଦାର ସଂଘ ଓ ତରକେଶ୍ୱର ଠିକାଦାର ସଂଘ ର ସମସ୍ତ C କ୍ଲାସ ଠିକାଦାର ମାନଙ୍କୁ ନେଇ ଏକ ସଭା ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା l
ଯେଉଁ ସଭାରେ କି ଆମ୍ଭ ବାଲିମେଳା ପୋଟେରୁ ଇରିଗେଶନ ରେ ବାହାରିଥିବା କାମ କୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯିବ l ଆଜିର ଏହି ସଭାରେ ଆମ୍ଭ ବାଲିମେଳା ର କାମ ବିଷୟରେ ମଧ୍ୟ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା ସଭାପତି ଙ୍କ ନିର୍ଦେଶ କ୍ରମେ ଆସନ୍ତା କାଲି 27.09.2026 ତାରିଖ ସନ୍ଧ୍ୟା 7.00 pm ରେ ବିଚାର କରିବା କହି ସ୍ଥଗିତ ରଖା ଯାଇଥିଲା ସର୍ବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା।