ବାଲୁକା କଳାରେ ବ୍ରିକ୍ସ ସମ୍ମିଳନୀ ପ୍ରଦର୍ଶିତ

0 5

ପୁରୀ :- ପୁରୀ ରେ ଆୟୋଜିତ ହେଉଛି ୩ ଦିନିଆ ବ୍ରିକ୍ସ ସମ୍ମିଳନୀ।ଏହା ଆଜି ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।ଏହି ଅବସରରେ ନୀଳାଦ୍ରି ବିଚ ଠାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ଦ୍ବାରା ଏକ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।ଏଥିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର ସଚିବ ନିଲକଣ୍ଠ ଏସ ଆଭାଦ,ଗୃହ ବ୍ୟାପାର ମନ୍ତ୍ରଣାଳୟ ର ଯୁଗ୍ମ ସଚିବ ଏମ ରାମଚନ୍ଦ୍ରଡୁ,ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.