ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା: ଅଭିଯୁକ୍ତ ବିଜୟ ନାଥ ଗିରଫ

0 39

ମାଲକାନଗିରି :  ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନା ମୁତାବକ, ବାଲିମେଳା ସହରରେ ରହୁଥିବା ଜଣେ ନାବାଳିକାଙ୍କ ଘର ପଡିସାରେ ଭଡାରେ ଘର ନେଇ ରହୁଥିବା ଜଣେ ବ୍ୟକ୍ତି ଉକ୍ତ ନାବାଳିକାକୁ ତାର ସରଳତାର ସୁଯୋଗ ନେଇ ତାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକୃଷ୍ଟ କରିବା ପରେ ଉକ୍ତ ବ୍ୟକ୍ତି ଜଣକ ତାକୁ ବିବାହର ନିର୍ଭର ପ୍ରତିଶୃତି ଦେଇ ପ୍ରାୟ ଦେଢ଼ ବର୍ଷ ଧରି ତା ସହିତ ଶାରୀରିକ ସମ୍ପର୍କ ରଖିବା ପରେ ତାକୁ ପ୍ରତାରଣା ଦେବା ସହିତ ବାଲିମେଳା ସହରରୁ ଅନ୍ୟତ୍ର ଲୁଚି ପଳାଇବା ଅଭିଯୋଗରେ ଓର୍କେଲ ପୋଲିସର ଏକ ସ୍ୱତନ୍ତ୍ର ଟିମ ଅନ୍ୟ ଏକ ଅଞ୍ଚଳରେ ଚଢ଼ାଉ କରି ଉକ୍ତ ବ୍ୟକ୍ତିକୁ ଗିରଫ କରି ଥାନାକୁ ଆଣିବା ପରେ ତାକୁ କୋର୍ଟ ଚାଲାଣ କରିଛି। ତେବେ ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ରହୁଥିବା କୈଳାସ ନାଥଙ୍କ ପୁଅ ବିଜୟ ନାଥ-(୩୫)ବୋଲି ଜଣା ପଡିଛି।ତେବେ ଏନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବାଲିମେଳା ସହରରେ ରହୁଥିବା ଜଣେ ନାବାଳିକା ଏବଂ ତାଙ୍କ ପରିବାର ଲୋକେ ଗତ ୨୯-୯-୨୦୨୬ ରିଖରେ ଦ୍ୱାରସ୍ତ ହୋଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳର ସୂର୍ଯ୍ୟ ଇଣ୍ଟରନ୍ୟାସନାଲ କମ୍ପାନୀରେ କାମ କରୁଥିବା ବିଜୟ ନାଥ ନାମକ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଓର୍କେଲ ପୋଲିସ ପକ୍ଷରୁ ଥାନାରେ କେସ୍ ନମ୍ବର -୨୮୬/୨୦୨୬ ରେ ଏକ ମାମଲା ରୁଜୁ କରଯାଇଥିଲା।ଏହି ଘଟଣାର ତଦନ୍ତ ଏସଆଇ ହର ପ୍ରିୟା ଶବର ଜାରୀ ରଖିଛନ୍ତି । ତେବେ ନାବାଳିକା ଜଣକ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ, ବିଜୟ ନାଥ ନାମକ ବ୍ୟକ୍ତି ପ୍ରାୟ ୨ ବର୍ଷ ହେବ ନାବାଳିକାଙ୍କ ଘର ପାଖରେ ଏକ ଘର ଭଡାନେଇ ରହୁଥିଲେ। ସେ ଏହି ନାବାଳିକାର ସରଳତାର ସୁଯୋଗ ନେଇ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକୃଷ୍ଟ କରିବା ପରେ ବିବାହ କରିବେ ବୋଲି ନାବାଳିକାକୁ ନିର୍ଭର ପ୍ରତିଶ୍ରୁତି ଦେଇ ତା ସହିତ ଦୀର୍ଘ ଦେଢ଼ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲା।ଗତ -୨୨-୯-୨୦୨୬ ରିଖରେ ନାବାଳିକାକୁ ବିଜୟ ତାଙ୍କ ସହିତ ତାଙ୍କ ଗାଁ ବାଲେଶ୍ୱରକୁ ନେବା ପାଇଁ ସାଙ୍ଗରେ ଡାକି ନେଇଥିଲେ।ବିଜୟ ନାବାଳିକାଙ୍କୁ ମାଲକାନଗିରି ବସ୍ ଷ୍ଟାଣ୍ଡରେ ଛାଡି କେଉଁଆଡେ ଲୁଚି ପଳାଇ ଯାଇଥିଲେ। ଏହାପରେ ନାବାଳିକା ଜଣକ ବିଜୟଙ୍କ ମୋବାଇଲକୁ ଯେତେ ଫୋନ କଲେ ବି ସେ ଆଉ ଫୋନ ରିସିଭ କଲେ ନାହିଁ ବୋଲି ନାବାଳିକା ଜଣକ ଥାନାରେ ପ୍ରଦାନ କରିଥିବା ଏତଲାରେ ଉଲ୍ଲେଖ ରହିଛି ବୋଲି ପୋଲିସ ପକ୍ଷରୁ ଜଣା ପଡିଛି। ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦ୍ଧେଶ କ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅନ୍ୟ ଏକ ଅଞ୍ଚଳକୁ ଗସ୍ତ କରି ବିଜୟ ନାଥକୁ ଗିରଫ କରି ଥାନାକୁ ଆଣିଥିଲେ। ପୋଲିସ ଏହି ମାମଲାରେ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ରିଗନ କିଣ୍ଡୋ ସୂଚନା ଦେଇଛନ୍ତି।

Leave A Reply

Your email address will not be published.