ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସମୂହ ଦୀପଦାନ

0 2

ସାଲେପୁର :- ସାଲେପୁର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ବରୀଙ୍କ ପୀଠରେ ବୁଧବାର ସକାଳୁ କଟକ ଜିଲ୍ଲା ବିଜେପି ଗ୍ରାମୀଣ ଉପସଭାପତି ଡ଼କ୍ଟର ହିମାଂଶୁ ମହାନ୍ତିଙ୍କ ସଂଯୋଜନାରେ  ପୂଜାର୍ଚ୍ଚନା ସହ ସମୂହ ଦୀପଦାନ ଅନୁଷ୍ଠିତ ହୋଇଥିଲା l ନରେନ୍ଦ୍ର ମୋଦୀ ନିରନ୍ତରରୂପେ ସର୍ବାଧିକ ସମୟ ଭାରତବର୍ଷର ପ୍ରଧାନମନ୍ତ୍ରୀ ଭାବରେ ସେବା କରିବାର ଗୌରବ ଅର୍ଜନ କରିଥିବାରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା ପୂର୍ବକ ଶତାଧିକ ବିଜେପି ଯୁବ ଓ ମହିଳା କର୍ମୀ ଏକତ୍ରିତ ହୋଇ ସମୂହ ଦୀପଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଡ଼କ୍ଟର ହିମାଂଶୁ ମହାନ୍ତିଙ୍କ ସହିତ ବରିଷ୍ଠ ବିଜେପି ନେତା ତ୍ରିଲୋଚନ ପାତ୍ର,ସନ୍ତୋଷ ରାଉତ,ସାଲେପୁର ମଣ୍ଡଳ ସଭାପତି ଅସିତ ମହାନ୍ତି,ରିତେଶ ଦାସ, ଶଶିକାନ୍ତ ମହାନ୍ତି, ଅମିତ ସାଙ୍କୁ, ସଞ୍ଜୟ କାଣ୍ଡି, କାର୍ତ୍ତିକ ବେହେରା, ହରେକୃଷ୍ଣ ବେହେରା,ପୁଷ୍ପଲତା ଦତ୍ତ, ସନ୍ଧ୍ୟାରାଣୀ ଶତପଥୀ, ରେଣୁବାଳା ରାଉତ, ନିର୍ମଳା ସିଂହ, ଵିନତୀ ପ୍ରଧାନ, ନିର୍ମଳା ବରାଳ, ପୁଷ୍ପାଞ୍ଜଳି ନାଥ, ରଶ୍ମିତା ବେହେରା, ପାର୍ବତୀ କାଣ୍ଡି, ଗୌରୀ ବେହେରା ଓ ଜାନକୀ କାଣ୍ଡି ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ l

Leave A Reply

Your email address will not be published.