କୁଚିଣ୍ଡା:-ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୁରୁଣା ବସଷ୍ଟାଣ୍ଡ ରେ ଥିବା ମହାବୀର ହନୁମାନ ଙ୍କ ମନ୍ଦିର ରେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୧୨ ବର୍ଷ ଅବଧି ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା ପାଇଁ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ପ୍ରଦୀପ ପ୍ରଜ୍ବଳନ କରି ପ୍ରଭୁ ହନୁମାନ ଙ୍କ ପାଖରେ ପୂଜାର୍ଚ୍ଚନା ସହିତ ଆଳତି କରିଥିଲେ। ଏଥିରେ କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ,ଏନଏସି ନିର୍ବାହୀ ଅଧିକାରୀ ମନୋରଞ୍ଜନ ସୁନା, ବିଭୁତି କଲ୍ୟାଣ ପଟେଲ, ଭାରତୀୟ ଜନତା ପାର୍ଟି କୁଚିଣ୍ଡା ନଗର ମଣ୍ଡଳ ର ସଦସ୍ୟ ସଦସ୍ୟା, ଏବଂ ଅଞ୍ଚଳର ଅନେକ ଭାରତୀୟ ଜନତା ପାର୍ଟି ର କର୍ମୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସମସ୍ତେ ଦୀପ ଜାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ।