ଆନନ୍ଦପୁର :- ଆନନ୍ଦପୁର ନିର୍ବାଚନମଣ୍ଡଳୀର ଯୁବନେତା ବିଶ୍ଵନାଥ ପ୍ରତାପ ଜେନାଙ୍କୁ କେନ୍ଦୁଝର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ଅନୁମୋଦନକ୍ରମେ ଜିଲ୍ଲା କୃଷକ ମୋର୍ଚା ସଭାପତି ସୁନୀଲ କୁମାର ମହାନ୍ତ ଶୁକ୍ରବାର ବିଶ୍ବନାଥଙ୍କ ନାମ ଘୋଷଣା କରିଛନ୍ତି। ତାଙ୍କୁ ଏହି ଦାୟିତ୍ବ ମିଳିବାପରେ ଆନନ୍ଦପୁର ନିର୍ବାଚନମଣ୍ଡଳୀର ଯୁବ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ନେତା ଶୁଭ୍ରାଂଶୁ ଶେଖର ପାଢ଼ୀ, ଶୁକଦେବ ମହାନ୍ତ, ସାଂସଦ ଅନନ୍ତ ନାୟକ, ପୁର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ, ପୁର୍ବତନ ନଗରପାଳ ରାମଚନ୍ଦ୍ର ସାହୁ, ବରିଷ୍ଠନେତା ଭଗବାନ ସାହୁ, ଆଲୋକ ସେଠୀଙ୍କୁ କୃତଜ୍ଞତା ପ୍ରଦାନ ଜଣାଇଛନ୍ତି। ଆନନ୍ଦପୁର ନିର୍ବାଚନମଣ୍ଡଳୀର କୃଷକ ମାନେ କିଭଳି ସରକାରଙ୍କ ସମସ୍ତ ଯୋଜନାରେ ସାମିଲ ହେବେ ସେ ଏଥିପ୍ରତି ଗୁରୁତ୍ଵ ଦେବେ ବୋଲି କହିଛନ୍ତି।