ଖତ ଖାଉଛି ବ୍ରିଟିଶ ଅମଳର ରେକର୍ଡ

ରକ୍ଷଣାବେକ୍ଷଣ ଅଭାବ, ପ୍ରଶାସନରର ଦାୟିତ୍ୱ ହୀନତା

0 2
ସମ୍ବଲପୁର:- ସମ୍ବଲପୁର ଜିଲ୍ଲା  ରେକର୍ଡ ରୁମରରେ କାଗଜ ପତ୍ର ଏବେ ନଷ୍ଟ ହେବାକୁ ବସିଛି। ରକ୍ଷଣା ବେକ୍ଷଣ ଅଭାବ ଓ ପ୍ରଶାସନର ଅବହେଳା ଯୋଗୁଁ ବହୁ ବର୍ଷର ରେକର୍ଡ ଗୁଡ଼ିକ ନଷ୍ଟ ହେବାକୁ ଯାଉଛି। ବାହାରେ ରଙ୍ଗ ମାରି ଚକଚକ୍ କରାଯାଉଥିବା ବେଳେ ରେକର୍ଡ ରୁମ୍ କୋଠରୀ ଭିତରେ ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।
                           
          ଫଳରେ  ସମ୍ବଲପୁର ଜିଲ୍ଲାର ଇତିହାସ, ଜମି, ରାଜସ୍ୱ, କୋର୍ଟ କଚେରିର ଶହ ଶହ ବର୍ଷର କାଗଜ ପତ୍ର ମିଳିବ ନାହିଁ।  ପୂର୍ବ ପୁରୁଷ ଜମିର ପଟ୍ଟା ଅଛି, ଯେଉଁଠି ହୀରାକୁଦ ବିସ୍ଥାପିତଙ୍କ କ୍ଷତିପୂରଣ ଫାଇଲ ଅଛି, ଯେଉଁଠି ବ୍ରିଟିଶ ଅମଳର ବନ୍ଦୋବସ୍ତ କାଗଜ ଅଛି, ସେହି କୋଠରୀ ଆଜି ମାଟିରେ ମିଶିବାକୁ ବସିଛି। ଫାଇଲ ଛୁଇଁଲେ ତଳେ ପଡ଼ି ଯାଉଛି। ହାତରେ ଧରିଲେ କାଗଜ ଗୁଣ୍ଡ ହୋଇ ଝଡି ପଡୁଛି, ଯେମିତି ପୋଡା ପତ୍ର। ଅଧିକାଂଶ ଫାଇଲକୁ ଉଇ, ଓ ମୂଷା ଖାଇ ସାରିଲେଣି। ତଳେ ପଡିଥିବା କାଗଜ ଗୁଣ୍ଡ ହୋଇ ପଡୁଛି।
                                                   
          ସରକାରୀ ଦସ୍ତାବିଜକୁ ଲାଲ ଓ ସବୁଜ ପଲିଥିନ ବସ୍ତାରେ ବାନ୍ଧି ଛାତ ଉପରେ ମେଞ୍ଚା ଉପରେ ମେଞ୍ଚା ଲଦି ଦିଆଯାଇଛି। ଗୋଟେ ବିପଦପୂର୍ଣ୍ଣ ଭାର ସାମଗ୍ରୀ ପରି। ଲୁହା ଆଲମାରୀ ଭାଙ୍ଗି ଯାଇଛି, କାଠ ର୍ୟାକ ପୋକ ଖାଇ ଦେଇଛି। ଭଙ୍ଗା ପଙ୍ଖା, ଲିକ୍ ହେଉଥିବା ଛାତ, ଓଦା କାନ୍ଥ। ବର୍ଷା ହେଲେ ପାଣି ସିଧା ଫାଇଲ ଉପରେ ପଡୁଛି। ନା ଅଗ୍ନି ନିର୍ବାପକ ଯନ୍ତ୍ର ଅଛି, ନା ସିସିଟିଭି, ନା କୌଣସି ଡିଜିଟାଲ ବ୍ୟାକଅପ୍।  ସମ୍ବଲପୁରର ଶହେ ବର୍ଷ ପୋଡି ପାଉଁଶ କରିବାକୁ। ବାହାରୁ ଅଫିସ ନୂଆ ରଙ୍ଗ, ନୂଆ ଲାଇଟ। କିନ୍ତୁ ଭିତର କଥା ନ କହିବା ଭଲ।  ଜମିର ରେକର୍ଡ ଦରକାର ପଡେ, ତହସିଲ କହିବ ପୁରୁଣା ରେକର୍ଡ ନଷ୍ଟ। ଯଦି ଆପଣଙ୍କ ପରିବାରର କୋର୍ଟ ମାମଲା ଚାଲେ ତାହା ହେଲେ  ମୂଳ ନକଲ ମିଳିବ ନାହିଁ ।  ଗବେଷକ, ଛାତ୍ର, ଆପଣ ସମ୍ବଲପୁରର ପ୍ରକୃତ ଇତିହାସ କେବେ ଜାଣିପାରିବେ ନାହିଁ। ଏହି ରୁମରେ ସମ୍ବଲପୁର, ଝାରସୁଗୁଡା, ବରଗଡ, ଦେବଗଡ ଅଞ୍ଚଳର ଜମିଦାରୀ ଉଚ୍ଛେଦ, ହୀରାକୁଦ ପ୍ରକଳ୍ପ, ସମ୍ବଲପୁରୀ ଆନ୍ଦୋଳନର କାଗଜପତ୍ର ଅଛି। ଏହା ନଷ୍ଟ ହେଲେ ପଶ୍ଚିମ ଓଡ଼ିଶାର ପରିଚୟ ନଷ୍ଟ ହେବ। ଜିଲ୍ଲା ପ୍ରଶାସନ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Leave A Reply

Your email address will not be published.