ପାରାଦୀପ : – ପାରାଦୀପ ଟ୍ରେଲର ଓ ଗ୍ୟାସ ଟ୍ୟାଙ୍କର ଓନର୍ସ ଆସୋସିଏସନ, ପାରାଦୀପ ଟ୍ରେଲର ଓନର୍ସ ଆସୋସିଏସନ ଏବଂ ପ୍ରକୃତି କଣ୍ଟେନର କ୍ୟାରିଅର ଓନର୍ସ ଆସୋସିଏସନ ନେଇ ଗଠିତ ମିଳିତ ସମନ୍ୱୟ କମିଟି (ଜେସିସି) ର ଏକ ସାଧାରଣ ସଭା ସ୍ଥାନୀୟ ପୋର୍ଟ କ୍ଲବ ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l
ସମନ୍ଵୟ କମିଟି ର ସଭ୍ୟ ପ୍ରକାଶ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କମିଟି ର ଅଧ୍ୟକ୍ଷ ପ୍ରକାଶ ତ୍ରିପାଠୀ ଯୋଗଦେଇ କହିଥିଲେ ଯେ ବର୍ତ୍ତମାନ ଟ୍ରକ ପରିବହନ ବହୁ ମାତ୍ରାରେ ହ୍ରାସ ପାଇଥିବା ବେଳେ ଏବେ ପାରାଦୀପ ବନ୍ଦରରେ କଣ୍ଟେନର ପଣ୍ୟ ର ଚାହିଦା ବୃଦ୍ଧି ପାଇଛି l ସେହି ଦୃଷ୍ଟିରୁ ଆଗାମୀ ଦିନରେ ଟ୍ରେଲର ବ୍ୟବସାୟୀ ମାନେ ବେସ ଉପକୃତ ହେବେ ବୋଲି ସମନ୍ୱୟ କମିଟିର ଅଧ୍ୟକ୍ଷ ପ୍ରକାଶ ତ୍ରିପାଠୀ ସୂଚନା ଦେବା ସହ ଗାଡି ମାଲିକ ମାନେ ସ୍ୱାର୍ଥ ହାସଲ ପାଇଁ ନିଜ ମଧ୍ୟରେ ଏକତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ l
ମଧ୍ୟ ପ୍ରାଚ୍ୟରେ ଯୁଧ୍ୟ ହେତୁ ତେଲ ଦର ଅହେତୁକ ମାତ୍ରାରେ ବଢ଼ି ଚାଲିବା ଏବଂ ପର୍ଯ୍ୟାପ୍ତ ପରିମାଣରେ ତେଲ ମିଳୁନଥିବା ଓ ଗାଡି ଭଡା ବୃଦ୍ଧି ହେତୁ ସଂଘର ସଭ୍ୟ ତୁଷାରକାନ୍ତ ଭୋଇ ଗାଡିର ବର୍ଦ୍ଧିତ ମୂଲ୍ୟ ବିଷୟରେ ସଭାକୁ ଅବଗତ କାରାଇଥିଲେ l କମିଟି ର କୋଷାଧ୍ୟକ୍ଷ ନଗେନ୍ଦ୍ର କୁମାର ରାଉତ ବାର୍ଷିକ ଆୟ ବ୍ୟୟ ର ବିବରଣୀ ଉପସ୍ଥାପନ କରିଥିଲେ l ସେହିପରି ସଭ୍ୟ ମନୋଜ କୁମାର ସ୍ୱାଇଁ ସଂଘର ଭାଇଚାରା ଆଖୁର୍ଣ୍ଣ ରଖି କାର୍ଯ୍ୟ କରିବାକୁ ନିବେଦନ କରିଥିଲେl
ଅନ୍ୟମାନଙ୍କ ମଧ୍ୟରେ ତିନି ସଂଘର କର୍ମକର୍ତ୍ତା ଆଲୋକ ରଞ୍ଜନ ଦାଶ, ଶ୍ରୀକାନ୍ତ କୁମାର ସାମଲ, ଅରୀକ୍ଷିତ ମାଝୀ, ଅରୁଣ କୁମାର ମଙ୍ଗରାଜ, ସତ୍ୟଜିତ ପ୍ରଧାନ, ଆଶୁତୋଷ ସ୍ୱାଇଁ, ନିରଂଜନ ବେହେରା, ଜୟପ୍ରକାଶ ସ୍ୱାଇଁ, ରବି ନାରାୟଣ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ lଶେଷରେ ଜେସିସି ର ସଭ୍ୟ କର୍ମେଶ୍ୱର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l