ସମ୍ବଲପୁର :- ବାଲି ମାଫିଆ ଚଳାଇଛି ନିଜ କାରବାର। ଏଥିପାଇଁ ସରକାରୀ ନିର୍ଦେଶ କିଛି କାମରେ ଆସୁନି। ଲଗାମ ନାହିଁ କାହାର।
ଏଭଳି ଏକ ଦୃଷ୍ଟାନ୍ତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡରେ ଦେଖିବାକୁ ମିଳିଛି।ବାଲିଘାଟ ଅବଧି ସରିବା ପରେ ମଧ୍ୟ୍ୟ ଚାଲିଛି ଏଭଳି ଅବାଧ କାରବାର।ଅନେକ ସରକାରୀ ବେସରକାରି କାମ ଅଟକି ରହିଥିବା ବେଳେ ବାଲି ମାଫିଆ କିନ୍ତୁ ମାଲେ ମାଲ ହେଉଛନ୍ତି ।
ଟ୍ରାକ୍ଟର ପିଛା ୩ହଜାର ଟଙ୍କାରେ ବାଲି ବିକ୍ରି ହେଉଛି। ଯାହା ଫଳରେ ମାଫିଆ ମାନେ ସକ୍ରିୟ ହେବାରେ ଲାଗିଛନ୍ତି| ଲଗାତାର ବାଲି ଗଳା ବାଟରେ ରପ୍ତାନି ହେଉଛି । ଅନେକ ଗ୍ରାମ ଭିତରେ ବାଲି ଗାଡ଼ି ସବୁ ଯାଉ ଥିବାରୁ ଗ୍ରାମବାସୀ ଧୂଳିଧୂଆଁରେ ଅଣ ନିଶ୍ବାସୀ ହୋଇ ପଡୁଛନ୍ତି I ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଗ୍ରାମବାସୀ ବାଲି ବୋଝେଇ ଗାଡ଼ି ଅଟକାଇ ୧୧୨ ନମ୍ବରକୁ ଫୋନ କରି ଗତ ବୁଧବାର ସୂଚନା ଦେଇଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଗାଡ଼ି ଚାଳକଙ୍କୁ ଅଟକ ରଖିଥିଲୋ ଯାହା ଫଳରେ ଏହା ଲୋକ ଲୋଚନକୁ ଆସିଥିଲା। କିନ୍ତୁ ବିଭିନ୍ନ ମହଲରୁ ଚାପ ପଡ଼ିବାରୁ ବାଲି ବୋଝେଇ ଗାଡ଼ି ଖଣି ବିଭାଗକୁ ହସ୍ତାନ୍ତର କରି ଚାଳକ ମାନଙ୍କୁ ଛାଡି ଦେଇଥିଲେ । ଫଳରେ କ୍ରମାଗତ ବାଲି ମାପିଆ ମାନେ ସକ୍ରିୟ ହୋଇ ରପ୍ତାନି କରୁଛନ୍ତି । ପୁଣି ଶନିବାର ଭୋର ସକାଳୁ ଆଉ ୩ଟି ବାଲି ବୋଝେଇ ଟ୍ରାକ୍ଟର ଖଣି ବିଭାଗ ଜବତ କରିଛି I
ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଛି ପୋଲିସ, ଖଣି ବିଭାଗ ଓ ପ୍ରଶାସନା ଟିକିରା ନଦୀର ନାକଟିଦେଉଳ, ବାଟଗାଁ, ରେଙ୍ଗାଳି କଷଣ୍ଡା, ସରାପାଲି କତରାପାଲି ଓ ଉପରମୁଣ୍ଡା ଗ୍ରାମ ନିକଟ ନାଳରୁ ବାଲି ଉତ୍ତୋଳନ ହେଉଥିବା କାହାକୁ ଅଛପା ନୁହେଁ । ମିଳିତ ଭାବରେ ରାଜସ୍ବ,ପରିବହନ, ଖଣି ବିଭାଗ ଓ ପୋଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ନିଶ୍ଚିତ ଅଙ୍କୁଶ ଲାଗିବାରେ ସଫଳ ହୋଇପାରିବେ ବୋଲି ଲୋକଙ୍କ ମତ । ଏ ସଂକ୍ରାନ୍ତରେ ସମ୍ବଲପୁର ଖଣି ବିଭାଗ ଅଧିକାରୀ ପଦ୍ମ ଲୋଚନ ଭୁଏଙ୍କୁ ଯୋଗାଯୋଗ କରିବାରେ ବିଭାଗ ପକ୍ଷରୁ ଚଢ଼ାଉ କରି କାର୍ଯ୍ୟନୁଷ୍ଠାନ ନିଆ ଯାଉଛି ବୋଲି ପ୍ରକାଶ କରିଥିଲ।କିନ୍ତୁ ରାଜସ୍ବ ବିଭାଗ ନିରବ ଦ୍ରଷ୍ଟା ହୋଇ ବସିଥିବାରୁ ବାଲି ମାଫିଆଙ୍କ ରାଜୁତିରେ ରାଜ୍ୟ ସରକାର ରାଜସ୍ବ ହରାଉଥିବା ନେଇ ଆଲୋଚନା ହେଉଛି। ବାଲି କାମ ଯାହା ହାତରେ ରହିଛି ସେମାନଙ୍କ ନୀରବତା ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ସୁହାଉଛି। ତେଣୁ ଜିଲ୍ଲାପାଳ ଏଦିଗରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।