କୁଚିଣ୍ଡା ତହସିଲ କାର୍ଯ୍ୟାଳୟରେ ବୃକ୍ଷରୋପଣ ସହିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳନ

0 2

କୁଚିଣ୍ଡା:-କୁଚିଣ୍ଡା ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ,କୁଚିଣ୍ଡା ବନ୍ୟପ୍ରାଣୀ ଓ ବନାଞ୍ଚଳ ବିଭାଗ, କୁଚିଣ୍ଡା ତହସିଲ, ରୋପ ଅନୁଷ୍ଠାନ,ବାଲ ସୁରକ୍ଷା ଇନିସିଏଟିବ (ନୂଆଦିଲ୍ଲୀ), ପ୍ରତ୍ୟେକ ନାଇନ୍ ଇଜ ମାଇନ (ନୂଆଦିଲ୍ଲୀ) ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଅଛି । ସର୍ବ ପ୍ରଥମେ ଶିଶୁ ମାନଙ୍କ ସହିତ ଅତିଥି ଗଣ ଅରୁଣୋଦୟ ବିଦ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରାଯାଇଥିଲା । ସମ୍ବଲପୁର ସାଂସଦ ପ୍ରତିନିଧି ଅରୁଣ କୁମାର ଅଗ୍ରୱାଲ ଓ ଡ଼ା ଶରତଚନ୍ଦ୍ର ଗୌନ୍ତିଆ ପତାକା ଦେଖାଇ ସଚେତନତା ପଦଯାତ୍ରା ଆରମ୍ଭ କରିଥିଲେ।

ଏହି ପଦଯାତ୍ରା ସମୟରେ ଶିଶୁ ମାନେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ। ତହସିଲଦାର ସରିତା ଓରାମ,ଡେପୁଟୀ କଲେକ୍ଟର ସଞ୍ଜୟ ମିଶ୍ର, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସୁବୋଧ କୁମାର ନାୟକ ତହସିଲ କାର୍ଯ୍ୟାଳୟ ଠାରେ ବୃକ୍ଷରୋପଣ କରିଥିଲେ । ଏହା ପରେ ପଦଯାତ୍ରା ରୁ ଫେରିବା ପରେ ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରୋପ  ଅନୁଷ୍ଠାନର ପ୍ରଦୀପ ମହାକୁଳ ଅତିଥି ପରିଚୟ ପ୍ରଦାନ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହା ପରେ ଏତିଥି ମାନଙ୍କୁ ଶିଶୁ ମାନେ ପୁଷ୍ପ ଗୁଚ୍ଛ ଓ ଚରା ଦେଇ ସମ୍ମର୍ଦ୍ଧନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡେପୁଟୀ କଲେକ୍ଟର ସଞ୍ଜୟ ମିଶ୍ର, ସମ୍ମାନିତ ଅତିଥି ଭାବରେ ଫରେଷ୍ଟର ଅନୁରାଧା ଖର୍ସେଲ, କୁଚିଣ୍ଡା ଥାନା ଅଧିକାରୀ ରାଧାକାନ୍ତ ବାରିକ, କୃଷି ଜିଲ୍ଲା ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସୁବୋଧ କୁମାର ନାୟକ, ଡାକ୍ତର ଶରତ ଚନ୍ଦ୍ର ଗୌନ୍ତିଆ, ସହକାରୀ କୃଷି ଅଧିକାରୀ ସସ୍ମିତା କିରୋ, ବରିଷ୍ଠ ନାଗରିକ ସଂଘ ସହ ସମ୍ପାଦକ ଜଗନ୍ନାଥ ପାଣିଗ୍ରାହୀ, ଶିକ୍ଷକ ଚକ୍ରଧର ମାଝୀ, ଅତିରିକ୍ତ ତହସିଲଦାର ଅନିମା ସରେଙ୍ଗ, କୁଚିଣ୍ଡା ମହାବିଦ୍ୟାଳୟ ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ଖୁରସିଦାର ବେଗମ, ଏସିଇ କମ୍ପ୍ୟୁଟର ଏକାଡେମୀ ନିର୍ଦ୍ଧେଶକ ରାଜେଶ କୁମାର ଶର୍ମା, ଅରୁଣୋଦୟ ଅନୁଷ୍ଠାନ ର ସମ୍ପାଦକ ମନୋଜ କୁମାର ସାହୁ, କ୍ଷେତ୍ର ପରିଦର୍ଶିକା ରୋଜାଲିନ ପ୍ରଧାନ, ରୋପ ଅଧ୍ୟକ୍ଷା ଆରତୀ ନାୟକ ପ୍ରମୁଖ ଯୋଗ ଦେଇ ଫଳ ଗଛ ରୋପଣ କରିବା ସହ ଉଦବୋଧନ ଦେଇଥିଲେ ।

ଉପସ୍ଥିତ ଅତିଥିଗଣ ଜଙ୍ଗଲ ଆଇନ  ସମ୍ବନ୍ଧରେ  ବିସ୍ତୃତ ବିବରଣୀ ଦେଇଥିଲେ ଏହା ସହିତ ପ୍ଲାଷ୍ଟିକରୁ ପ୍ରଦୂଷଣ ମୁକ୍ତ ନିମନ୍ତେ ବକ୍ତବ୍ୟ ରଖିଥିଲେ ।  ଏହି ଅବସରରେ ଅରୁଣୋଦୟ ବିଦ୍ୟାଳୟ ର ଶିଶୁ ଏବଂ ଶିଶୁ ସଂଘର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ଏହା ସହିତ ସ୍ୱେଚ୍ଛାସେବୀ ମାମୁନି ହାତୀ, ସୀମା ସାହୁ, ବୈଶାଳୀ କିସାନ,ରୋପ କର୍ମକର୍ତ୍ତା ବିମଳ ମେହେର , ତୃପ୍ତିମୟୀ ଦାସ, ଭୂମିଶ୍ୱେତା ଧୁରୁଆ, ଚୁମକି ବାଘ ବନ ବିଭାଗ ଓ କୁଚିଣ୍ଡା ତହସିଲ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.