ପୀଡିତା ଙ୍କୁ ନ୍ୟାୟ ଓ ଜିଲ୍ଲାରେ ‘ଏସଆଇଆର’ ସର୍ଭେ ପାଇଁ ଆଶାକର୍ମୀଙ୍କ ପାରିଶ୍ରମିକ ଦାବୀ କଲା ସିଆଇଟିୟୁ

0 5

​ନୟାଗଡ଼:- ନୟାଗଡ ଜିଲ୍ଲାରେ ‘ଏସଆଇଆର’ କାର୍ଯ୍ୟ ସର୍ଭେ ବେଳେ ରଣପୁର ବ୍ଳକ ଚାନ୍ଦପୁର ବୁଥ ନମ୍ବର ୧୮୧ ର ସ୍ବେଚ୍ଛାସେବୀ ଆଶାକର୍ମୀ ସ୍ମୃତି ଦେଖା ସେନାପତି ଓ ତାଙ୍କ ଝିଅ ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଏସ ଆଇ ଆର ସର୍ଭେ କାର୍ଯ୍ୟ ରେ ଆଶାକର୍ମୀ ଙ୍କ ପାଇଁ ପାରିଶ୍ରମିକ ଦାବୀରେ ସିଆଇଟିୟୁ ନେତୃତ୍ୱରେ ଆଜି ଜିଲ୍ଲାପାଳ ଙ୍କୁ ଭେଟିଲେ ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ ର ଜିଲ୍ଲା ପ୍ରତିନିଧି।

ପ୍ରକାଶ ଏହିକି ସରକାର ଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଏସ ଆଇ ଆର ର ସର୍ଭେ ରଣପୁର ବ୍ଳକ ଚାନ୍ଦପୁର ଅଞ୍ଚଳ ର ଜେମାଦେଇ ପୁର ଗ୍ରାମ ର ଅଙ୍ଗନବାଡି କେନ୍ଦ୍ର ଜରୀୟା ରେ ଏସ ଆଇ ଆର ସର୍ଭେ ଚାଲିଥିଲା ବେଳେ ସେହି ଗ୍ରାମର ବିଶ୍ବଜିତ ମହାପାତ୍ର ଓ ସଂଯୁକ୍ତା ମହାପାତ୍ର ଦୁଇଟି ଗର୍ଦ୍ଭରେ ତିନୋଟି କନ୍ୟା ସନ୍ତାନ ର ବୋଝରେ ଅସନ୍ତୋଷ ଥିବା ଦୁଇ ଦମ୍ପତ୍ତି ଡାକ୍ତର ଙ୍କ ପରିବର୍ତ୍ତେ ଆଶା କର୍ମୀ ଙ୍କ ଉପରେ ରାଗ ସୁଝାଇବାକୁ ଜାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଅମାନବୀୟ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ।

ଏଥିପାଇଁ ଚାନ୍ଦପୁର ଥାନା ରେ ଏକ ମୋକଦ୍ଦମା ୧୧୩/୨୦୨୬ ହୋଇ ଥିଲେ ମଧ୍ୟ ପୋଲିସ ବାବୁ କେଶ କରି ଅଭିଯୁକ୍ତ ଙ୍କୁ ଏ ପର୍ଯ୍ୟନ୍ତ ଗିରଫ କଲେ ନାହିଁ। ଅଭିଯୁକ୍ତ ମାନେ ଖୋଲା ଖୋଲି ଭାବରେ ଧମକଚମକ ଦେଉଥିବାରୁ ଆଶାକର୍ମୀ ଙ୍କ ଜୀବନ ପ୍ରତି ବିପଦ ରହିଛି।ସେହିଭଳି ଆଶା କାର୍ମି ଙ୍କ ଏସ ଆଇ ଆର କାର୍ଯ୍ୟ କ୍ଷେତ୍ରରେ ଅସୁରକ୍ଷିତ ପରିସ୍ଥିତି ଓ ବିନା ପାରିଶ୍ରମିକ ରାଶି ରେ ଆଶାକର୍ମୀ ଙ୍କ ପରିଶ୍ରମ ର ପ୍ରତିବାଦ କରି ଆଜି CITU ନେତୃତ୍ବରେ ଓଡ଼ିଶା ଆଶା କର୍ମୀ ଆସୋସିଏସନ୍ ତତଫରୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କୁ ଭେଟି ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

ପୀଡ଼ିତା ପରିବାରଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ଆଶା କର୍ମୀଙ୍କୁ ସାମାଜିକ ସୁରକ୍ଷା ଓ SIR କାର୍ଯ୍ୟରେ ଆଶାକର୍ମୀ ଙ୍କୁ ପାରିଶ୍ରମିକ ପ୍ରଦାନ ଦେବାପାଇଁ ଦୃଢ଼ ଦାବୀ କରିଥିଲେ। ଏହାର ନକଲ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ପୋଲିସ ନୀରିକ୍ଷକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ନାୟକଙ୍କ ଙ୍କୁ ଭେଟି ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ଏ କ୍ଷେତ୍ର ରେ ନିଷ୍କ୍ରିୟ ରହିଲେ ଭବିଷ୍ୟତରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଗଠନ ତତଫରୁ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ସିଆଇଟିୟୁ ର ରାଜ୍ୟ ସଂପାଦକ ସୁରେଶ ସ୍ବାଇଁ, ଆଶାକର୍ମୀ ଆସୋସିଏସନ୍ ର ଜିଲ୍ଲା ସଭପତି ଚାପଧାରି ରାଉତ, ଜିଲ୍ଲା ସଂପାଦିକା ମଙ୍ଗୁଳି ରାଉତ, ପୀଡ଼ିତା ସ୍ମୃତି ରେଖା ସେନାପତି, କାଳନ୍ଦୀ ନାୟକ, ମଞ୍ଜୁଲତା ପ୍ରଧାନ,ସଞ୍ଜୁ ଲତା ପରିଡ଼ା, ସଂଯୁକ୍ତା ସାହୁ, ଶାନ୍ତିଲତା ପରିଡ଼ା ଓ ଝୁନିରାଣି ପ୍ରଧାନ ପ୍ରମ୍ୟୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.