ଅଣ ଆବାସିକ କୃଷକ ସଚେତନତା କାର୍ଯ୍ୟକ୍ରମରେ କୃଷକଙ୍କୁ ସୂଚନା ନାହିଁ

Oplus_16908288
0 4

ହାଟଡିହି :- ଆନନ୍ଦପୁର, ହାଟଡିହି ଓ ଘସିପୁରାର ବ୍ଲକରେ ଅଣଆବାସିକ କୃଷକ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲେ ହେଁ କୃଷକ ଏବଂ ଗଣମାଧ୍ୟମକୁ ସୂଚନା ଦିଆଯାଉ ନାହିଁ l କୃଷିର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କୃଷକ ମାନଙ୍କ ନିମନ୍ତେ କରାଇଥିଲେ ମଧ୍ୟ କୃଷକ ମାନଙ୍କୁ ସଚେତନତା କରା ଯାଉନାହିଁ l ସେଥି ନିମନ୍ତେ ରାଜ୍ୟ ସରକାର କୃଷକ ମାନଙ୍କର ଉନ୍ନତମାନର ଚାଷ ପ୍ରଣାଳୀ କିଭଳି  କରିବେ ସେ ନେଇ କୃଷି ବିଭାଗ ପକ୍ଷରୁ ଅଣଆବାସିକ ସଚେତନତା କାର୍ଯ୍ୟକ୍ରମ କରାଯାଇ କୃଷକ ମାନଙ୍କୁ ସଚେତନତା ପ୍ରଦାନ କରାଯାଇଥାଏ l ମାତ୍ର ଘସିପୁରା ବ୍ଲକର କେଶଦୁରାପାଳରେ ଏକ ଅଣଆବାସିକ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମାତ୍ର ସେଠାରେ ପ୍ରକୃତ ଚାଷୀ ଉପସ୍ଥିତ ନଥିବା ବେଳେ ଗଣମାଧ୍ୟମକୁ ସେଥିରୁ ଦୂରେଇ ରଖାଯାଇଥିଲା l ଯାହାଦ୍ୱାରା କୃଷକ ମାନଙ୍କ ନିମନ୍ତେ ଉନ୍ନତମାନର ବିହନ ତଥା ସମନ୍ୱିତ ଖାଦ୍ୟ ସାର ସହିତ କୃଷି ଯନ୍ତ୍ରପାତିକୁ ରିହାତି ମାଧ୍ୟମରେ ସରକାର ଯୋଗାଇ ଦିଆଯାଉଥିବା ବେଳେ ପ୍ରକୃତ ଚାଷୀ ଏହା ଜାଣିପାରୁ ନାହାନ୍ତି l ଏ ନେଇ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଉପଖଣ୍ଡର ବିଭିନ୍ନ ବ୍ଲକରେ ଅଣ ଆବାସିକ କୃଷକ ସଚେତନତା କୃଷକ ମାନଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ଅତିରିକ୍ତ କୃଷି ଅଧିକାରୀଙ୍କୁ ଜଣାଇଛନ୍ତି l

Leave A Reply

Your email address will not be published.