୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ ମୁତୟନ ହେବେ ୧୧୦୮ ପୋଲିଂ ଅଧିକାରୀ

0 160

ଭୁବନେଶ୍ୱର, ୨୬ା୧୦(ଡିକେ ନ୍ୟୁଜ): ପାଖେଇ ଆସିଲାଣି ଧାମନଗର ଉପନିର୍ବାଚନ । ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଧାମନଗର ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ·ଲିଛି । ଆସନ୍ତା ନଭେମ୍ବର ୧
ତାରିଖ ସନ୍ଧ୍ୟାରେ ପ୍ର·ର ସରିବ । ୩ ତାରିଖରେ ନିର୍ବାଚନ ହେବ । ୬ ତାରିଖରେ କାଉଣ୍ଟିଂ ହେବ ଓ ରେଜଲ୍ଟ ପ୍ରକାଶ ପାଇବ । ଧାମନଗରରେ ନିରପେକ୍ଷ ନିର୍ବାଚନ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅବାଧ ନିର୍ବାଚନ କରାଯିବା ନିମନ୍ତେ ୧୧୦୮ ପୋଲିଂ ପର୍ସନ ନିୟୋଜିତ ହେବେ । ସେମାନେ ୨ ରାଉଣ୍ଡ ଟ୍ରେନିଂ ନେଇ ସାରିଛନ୍ତି । ଯେଉଁମାନଙ୍କୁ ପୋଲିଂ ପର୍ସନ ଭାବେ ନିୟୋଜିତ କରାଯାଇଛି, ସେମାନେ ଯେପରି ଉକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ହୋଇନଥିବେ ବା ସେଠାରେ ସରକାରୀ ନିଯୁକ୍ତି ପାଇନଥିବେ ତାହା ଉପରେ କଡ଼ା ନଜର ରଖାଯାଇଛି । ଫଳରେ ନିରପେକ୍ଷ ଭୋଟ ଗ୍ରହଣ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଚଳିତ ବର୍ଷ ଧାମନଗର ଉପନିର୍ବାଚନରେ ୫୦% ବୁଥ୍ରେ ୱେବ୍‌କାଷ୍ଟ ହେବ । ଫଳରେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହାକୁ ନିରୀକ୍ଷଣ କରାଯାଇପାରିବ । ଧାମନଗର ଉପନିର୍ବାଚନକୁ ସୁରୁଖୁରୁରେ କରିବା ନିମନ୍ତେ ୨ ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚି ସାରିଛନ୍ତି । ସେମାନେ ହେଲେ ପଶ୍ଚିମବଙ୍ କ୍ୟାଡର ଆଇଏଏସ୍‌ ଅଫିସର ନିରଞ୍ଜନ କୁମାର । ତାଙ୍କ ଫୋନ୍‌ ନମ୍ବର ହେଲା ୭୮୫୪୮୨୬୫୦୯ । ରେଭିନ୍ୟୁ ଅଫିସର ଭାବେ ପ୍ରଣେଶ ଗୁପ୍ତା ଓଡ଼ିଶା ଆସିଛନ୍ତି । ତାଙ୍କ ଫୋନ୍‌ ନଂ ହେଉଛି ୮୨୬୦୭୪୫୬୨୬ । ସେମାନେ ନିର୍ବାଚନ ପ୍ରକ୍ରିୟା ଉପରେ କଡ଼ା ନଜର ରଖିବା ସହ ଏହାକୁ ଅନୁଧ୍ୟାନ କରୁଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ନେଇ ଯାହାର କିଛି ଅଭିଯୋଗ ଥିବ ସେମାନେ ଏହି ୨ ଅଫିସରଙ୍କୁ ଯୋଗାଯୋଗ କରି ଅଭିଯୋଗ କରିପାରିବେ ବୋଲି କହିଛନ୍ତି ସୁଶୀଲ ଲୋହାନୀ । ଶାନ୍ତିଶୃଙ୍ଖଳାର ସହ ଧାମନଗରରେ ଉପନିର୍ବାଚନ କରିବାକୁ ୨ କମ୍ପାନୀ ସିଆରପିଏଫ୍‌, ୨ କମ୍ପାନୀ ବିଏସଏଫ ଓ ୧୦ ପ୍ଲାଟୁନ ରାଜ୍ୟ ପୋଲିସ୍‌ ମୁତୟନ ହେବେ । ଆସନ୍ତା ୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କର୍ମ·ରୀମାନେ ନିଜ ନିଜ ବୁଥ୍‌ ଅଭିମୁଖେ ଯିବେ । ଧାମନଗରରେ ୧୦୬ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି । ୮୦ ବର୍ଷରୁ ବୟସ୍କ ଭୋଟର ଓ ଭିତ୍ତକ୍ଷମଙ୍କ ନିମନ୍ତେ ପୋଷ୍ଟାଲ ବାଲାଟର ବ୍ୟବସ୍ଥା ହୋଇଛି । ଧାମନଗରର ୫୦୫ ଜଣ ଭୋଟର ପୋଷ୍ଟାଲ ଭୋଟ ଦେବାକୁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୪୯୬ ଭୋଟରଙ୍କ ପୋଷ୍ଟାଲ ବାଲାଟ ସଂଗୃହୀତ ହୋଇଯାଇଛି । ନିର୍ବାଚନ ପୂର୍ବରୁ ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ବେଳେ ୬୪୧ଟି ଲାଇସେନ୍ସ ବନ୍ଧୁକ ବିଭିନ୍ନ ଧାରାରେ ଡିପୋଜିଟ ହୋଇଯାଇଛି । ୧୯୦୯ ଲୋକଙ୍କୁ ବୁକ୍‌ କରାଯାଇଛି । ୧୭୨ଟି ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି । ୧୫ ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ଜବତ ହୋଇଛି । ରାଜନୈତିକ ଦଳମାନେ ପରସ୍ପର ବିରୋଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ କରୁଛନ୍ତି । ତୁରନ୍ତ ଜିଲ୍ଲାପାଳଙ୍କ ନିକଟକୁ ଏହାକୁ ପଠାଯାଇ ଭେରିଫିକେସନ କରାଯାଉଛି । ୪୮ ଘଣ୍ଟା ଭିତରେ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରୁ ରିପୋଟ ମଗାଯାଉଛି । ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି, ଏସ୍‌ଏଚ୍‌ଜି ମହିଳା ଟଙ୍କା ବଣ୍ଟା ଭାଇରାଲ ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇ ଏଫଆଇଆର କରାଯାଇଛି । ଏହାବାଦ କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆଇଆର କରାଯାଇଛି ।

Leave A Reply

Your email address will not be published.