ଭୁବନେଶ୍ୱର, ୧୬ା୧୦(ଡିକେ ନ୍ୟୁଜ): ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କୁ ରହିଛି ୫୦ ଦିନରୁ କମ୍ ସମୟ । ଏହି କନ୍କ୍ଳେଭ୍କୁ ଅଧିକ ସଫଳ କରିବା ପାଇଁ ଜାରି ରହିଛି ପ୍ରୟାସ । କାଲି ହାଇଦ୍ରାବାଦରେ ରହିଛି ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ । ଏଥିପାଇଁ ହାଇଦ୍ରାବାଦରେ ପହଞ୍ôଚଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟପ୍ ବିଜିନେସ୍ ଲିଡରଙ୍କ ସହିତ ୱାନ୍ ଟୁ ୱାନ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ କ’ଣ ରହିଛି ସୁଯୋଗ ସେ ନେଇ ବିଜିନେସ୍ ଟାଇକୁନ୍ଙ୍କୁ ଅବଗତ କରାଇବେ । ସରକାରଙ୍କ ଫୋକସ୍ରେ ରହିଛି ୮ଟି ସେକ୍ଟର । ଆଇଟି, ହେଲଥ୍ କେୟାର, ଫାର୍ମାସ୍ୟୁଟିକାଲ, ଡାଟା ସେଣ୍ଟର, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ମାଇନିଂ ମେସିନାରୀ ଓ ଅକ୍ଷୟ ଶକ୍ତିରୁ ନିବେଶ ଆଶା କରିଛନ୍ତି ସରକାର । ଏଥିପାଇଁ ଅଗଷ୍ଟ ୩୧ରେ ଦିଲ୍ଲୀ, ୧୪ ସେପ୍ଟେମ୍ବରରେ ମୁମ୍ବାଇ ଏବଂ ୨୮ ସେପ୍ଟେମ୍ବରରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ । ଓଡ଼ିଶା କୃଷିଭିତ୍ତିକ ଅର୍ଥନୀତିରୁ ଦେଶ ଏକ ଅଗ୍ରଣୀ ଶିଳ୍ପଭିତ୍ତିକ ଅର୍ଥନୀତିରେ ପରିଣତ ହୋଇଛି । ରାଜ୍ୟରେ ରାଜନୈତିକ ସ୍ଥିରତା ଓ ପ୍ରଗତିଶୀଳ ନୀତି ନିବେଶ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଛି । ମାନୁଫ୍ୟାକ୍ଚରିଂ ନିବେଶ କ୍ଷେତ୍ରରେ ଓଡ଼ିଶାରେ ଦେଶରେ ଅଗ୍ରଣୀ ରାଜ୍ୟ । ଯଦି କୌଣସି ଏକ୍ସ ସୁବିଧା ଦେଉଛନ୍ତି ତେବେ ଓଡ଼ିଶା ଏକ୍ସ ପ୍ଲସ୍ ସୁବିଧା ଯୋଗାଇ ଦେବ ବୋଲି ଅନ୍ୟ ଇନ୍ଭେଷ୍ଟର୍ସ ମିଟ୍ରେ ଶିଳ୍ପପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି
ମୁଖ୍ୟମନ୍ତ୍ରୀ । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ପୂର୍ବରୁ ୨୦୧୬ରେ ପ୍ରାୟ ୨ଲକ୍ଷ କୋଟି ଓ ୨୦୧୮ରେ ୪ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଥିଲା । ୨୦୨୨ରେ ପୂର୍ବ ସଂସ୍କରଣ ଠାରୁ ଅଧିକ ନିବେଶ ପ୍ରସ୍ତାବ ଆସିବା ଅନୁମାନ କରାଯାଉଛି ।
ହାଇଦ୍ରାବାଦରୁ ଆସିବ ବଡ଼ ନିବେଶ
Prev Post
Next Post