ମଣ୍ଡି ଅବ୍ୟବସ୍ଥା ନେଇ ଦାବିପତ୍ର ପ୍ରଦାନ

0 198

    ଧର୍ମଗଡ,୦୮/୦୧: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଛେଣ୍ଡିଆ ଧାନ ମଣ୍ଡିରେ ବର୍ତ୍ତମାନ ସୁଦ୍ଧା ୧୭୨୪ କ୍ୱିଣ୍ଠାଲ ଧାନ ପଡ଼ିରହିଛି । ଟାର୍ଗେଟ ଅଭାବ ରୁ ଧାନ ନ ଉଠିବା ମୁଖ୍ୟ କାରଣ ହୋଇଛି । ଚାଷି ଙ୍କ ଧାନ ନ ଉଠିବା କାରଣ ରୁ ଆଜି ଧର୍ମଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଅଫିସ ଘେରାଉ କରାଯାଇଥିଲା । ବିଜେପି ପକ୍ଷ ରୁ ୫ ଦଫା ଦାବି ନେଇ ବିକ୍ଷୋଭ କରାଯାଇଥିଲା । ଦାବି ଗୁଡିକ ହେଲା ଲେପ୍ସ ହୋଇଯାଇଥିବା ଟୋକନ କୁ ଚାଲୁ କରିବା ,ମଣ୍ଡିରେ ପଡିରହିଥିବା  ସମସ୍ତ ଧାନ ଉଠାଇବା ,ଚାଷି ମାନଙ୍କୁ ୨୦ ରୁ୩୦ ପ୍ରତିଶତ କମ ଧାନ ବିକ୍ରୟ କରିବା ପାଇଁ ବାଧ୍ୟ କରାଯାଉଛି ଯାହା ଫଳରେ ସେହି ଧାନ କୁ କମ ଦରରେ ବିକ୍ରୟ ପାଇଁ ଚାଷୀ ବାଧ୍ୟ ହେବାକୁ ପଡୁଛି ।ଏହି ଭଳି ଭାବରେ ବିଭିନ୍ନ ଦାବି ସହ ମୁଖ୍ୟମନ୍ତ୍ରୀ ଙ୍କ ସକାଶେ ବିଡ଼ିଓ ଙ୍କୁ ଏକ ଦାବିପତ୍ର ବିଜେପି ତରଫ ରୁ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ  ବିଜେପି ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଶିଶୁ ଦେବ ମୁଣ୍ଡ, ଡମ୍ବରୁଧର ଠାକୁର, ଜଗବନ୍ଦ୍ର ମିଶ୍ର, ମନିନ୍ଦ୍ର ପାତ୍ର, ପ୍ରବିଣ ପଣ୍ଡା, ବିଭୁଦତ୍ତ ପ୍ରଧାନୀ, ମହେନ୍ଦ୍ର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ । ଲକ୍ଷ୍ମକାନ୍ତ ବାଗ ଚାଷି ଙ୍କ ସମସ୍ୟା ସାମାଧାନ ନ ହେଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନ କୁ ତୀବ୍ର କରିବ ବୋଲି ଚେତାବନୀ ଦେଇଛନ୍ତି । 

Leave A Reply

Your email address will not be published.