ପାରାଦୀପ:- ପାରାଦୀପ ନିଷିଦ୍ଧାଞ୍ଚଳ ଭିତରେ ଥିବା ସିବି (କୋଇଲା ବର୍ଥ) ୨ ରେ ଲାଗିଥିବା ଥେଓଡୋର ଜାହାଜ ର ହ୍ୟାଚ ଭିତରେ ମଙ୍ଗଳବାର ଦିନ ହଠାତ ନିଆଁ ଲାଗି ଯାଇଥିଲା l ହଳଦିଆ ରୁ ପଚାଶ ହଜାର ମେଟ୍ରିକ ଟନ ଥର୍ମାଲ କୋଇଲା ନେଇ ଏମ.ଭି ଥେଓଡୋର ଜୁନିଅର ନାମକ ଏକ ଜାହାଜ ପାରାଦୀପ ଆସିଥିଲା l ଏହି ଜାହାଜ ର ଏଜେଣ୍ଟ ଗ୍ୟାକ ସିପିଙ୍ଗ ଥିଲାବେଳେ ଓନର ଏଜେଣ୍ଟ ହେଉଛି ଆଣ୍ଟଲାଟିକ ସିପିଙ୍ଗ ବୋଲି ଜଣା ପଡିଛି l

ଜାହାଜରେ ସମୁଦାୟ ୭ଟି ହ୍ୟାଚରୁ ଦୁଇଟି ରୁ ଖାଲି କରି ତୃତୀୟ ହ୍ୟାଚ ଖୋଲିଲା ବେଳକୁ ହଠାତ ନିଆଁ ଜଳିବା ଦେଖି ପାରାଦୀପ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇ ନିଆକୁ ଆୟତ୍ତ କରାଯାଇଥିଲା l ଏହି ଘଟଣାରେ କାହାର କିଛି କ୍ଷତି ହେଇନଥିଲା ବେଳେ ପରେ ଉକ୍ତ ହ୍ୟାଚରୁ ଥର୍ମାଲ କୋଇଲା ଖଲାସ କରାଯାଇଥିଲା ବୋଲି ଜାଣିବାକୁ ମିଳିଛି l ତେବେ ଅତ୍ୟନ୍ତ ଗରମ ହେତୁ ଏହି ସ୍ପର୍ଶକାତର ତାପଜ କୋଇଲାରେ ବେଳେବେଳେ ଆକସ୍ମିକ ନିଆଁ ଲାଗିଯାଇଥାଏ ବୋଲି କୁହାଯାଉଛି l ହେଲେ ଏହାର ପ୍ରତିକାର ପାଇଁ ପାରାଦୀପ ବନ୍ଦର ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି ବୋଲି ଜଣାପଡିଛି l