ପାଣି ଯୋଗାଣ ପାଇଁ ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଲା

0 205

ବୁଗୁଡା: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୧ ନଂ ୱାର୍ଡ ର ରଘୁନାଥ ସାହିକୁ ଦୁଇ ଦିନ ହେଲା ପାଇପ ପାଣି ଯାଉ ନଥିବା ଯୋଗୁ ସାହି ବାସିନ୍ଦା ଫେବୃୟାରୀ ୦୩ ତାରିଖ ଦିନ ବୁଗୁଡା ପୋଲସରା ମୁଖ୍ୟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଥିବା ବେଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା। ରଘୁନାଥ ସାହି ବାସିନ୍ଦା ସେମାନଙ୍କ ସାହିକୁ ପାଇପ ପାଣି ଯାଉନଥିବା ଅଭିଯୋଗ କରି ରାସ୍ତାରେ ବାଲଟି, ମାଠିଆ ଓ ହାଣ୍ଡି ପ୍ରଭୃତି ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାଶ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ବେବାପରେ ରାସ୍ତା ରୋକ ହଟିଥିଲା। ରଘୁନାଥ ସାହିକୁ ପାଇପି ପାଣି ଆସୁନଥିବା ନେଇ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ ବେଳେ ସେ ସ୍ୱୀକାର କରିବା ସହ ଅଧିକ ଗୃହକୁ ପାଣି ପାଇପ ସଂଯୋଗ ଯୋଗୁ ଏହି ସମସ୍ୟା ଦେଖାଦେଇଛି ବୋଲି କହିବା ସହ ଅଧିକ କ୍ଷମତା ସମ୍ପର୍ଣ୍ଣ ମୋଟର ସଂଯୋଗ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି କହିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପଣ୍ଡାଙ୍କ ସହ ଯୋଗାଯୋଗ ବେଳେ ସେ କହିଲେ ଯେ ଏହି ସପ୍ତାହ ମଧ୍ୟରେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ମୋଟର ସଂଯୋଗ କରାଯାଇ ପାଣି ସମସ୍ୟାର ସମାଧାନ କରାଯିବ।

Leave A Reply

Your email address will not be published.