ନୟାଗଡରେ ମୁଖ୍ୟ ଶାସନ ସଚିବ କୁସୁମୀ ଓ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ

0 197

୨୪ା୧୨(ଡିକେ ନ୍ୟୁଜ): ନୟାଗଡ଼ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀଯୁକ୍ତ ମହାପାତ୍ର ପ୍ରଥମେ ନୟାଗଡ଼ ବଲାଙ୍ଗୀ ପାର୍କ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବଲାଙ୍ଗୀ ପାର୍କ ଜଳାଶୟ, ଶିଶୁପାର୍କ, ୱାଚ ଟାୱାର ପରିଦର୍ଶନ କରିଥିଲେ । ଶିଶୁ ପାର୍କରେ ସ୍ଥାପନ ହୋଇଥିବା ପଥର କାରୁକାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ଦେଖିବା ସହ ପ୍ରଶଂସା କରିଥିଲେ । ବିଭିନ୍ନ ସ୍ଥାନରେ ଆବଶ୍ୟକ କରୁଥିବା କାର୍ଯ୍ୟ ଗୁଡ଼ିକ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ନୟାଗଡ଼ରେ ·ଲିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବଲାଙ୍ଗୀ ପାର୍କ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ନିର୍ମାଣ ·ଲୁଥିବା ଶହେ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ଗୃହ, ଷ୍ଟାଫ କ୍ୱାର୍ଟର ବୁଲି ଦେଖିବା ସହ ନିର୍ମାଣ ହେବାକୁ ଥିବା ଆଶ୍ରୟସ୍ଥଳ ଓ ଅନ୍ୟାନ ବିକାଶ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏହା ପରେ କୁସୁମୀ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ୩ ଶହ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ହଜାର ହଜାର ହେକ୍ଟର ·ଷ ଜମି ଜଳସେଚିତ ହେବ । ଏହାର ନିର୍ମାଣ କାମ ୫ ମାସରେ ଶେଷ କରିବା ଉପରେ ମୁଖ୍ୟ ଶାସନ ଗୁରୁତ୍ୱ ଦେବା ସହ ଜଳସେଚନ ପାଇଁ ପାଇପ ଲାଇନ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି । ଏହା ପରେ ଶରଣକୁଳ ଝାଡେ଼ଶ୍ୱରୀ ଇକୋ ଟୁରିଜିମ୍‌ ପ୍ରକଳ୍ପ, ରାମସାଗର ପାର୍କ ଏବଂ ରଘୁନାଥଜୀଉଙ୍କ ମନ୍ଦିର ଗସ୍ତରେ ଯାଇଥିଲେ । ରଘୁନାଥଜୀଉଙ୍କୁ ଦର୍ଶନ କରିବା ପରେ ମନ୍ଦିରକୁ ରୂପାନ୍ତରିତ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଜନସାଧାରଣ ଏବଂ ସେବାୟତମାନେ ଦାବି ରଖିଥିଲେ । ଏହା ଉପରେ ବିସ୍ତୁତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଥିବା ଜଣାଯାଇଛି । ଏହି ଗସ୍ତରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ
ସାହୁ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଡିଏଫଓ କ୍ଷମା ଷଡ଼ଙ୍ଗୀ ପ୍ରମୂଖ ସାମିଲ ହୋଇଥିବା ବେଳେ ଅନେକ ବିଭାଗୀୟ ଅଧିକାରୀ ଓ କର୍ମ·ରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.