ନିଶା ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ

0 183

ନୂଆଦିଲ୍ଲୀ: ପୁଣି ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ କିଛି ଲୋକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉତ୍ତରପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରରେ ଥିବା ଗୋଟିଏ ହୋଟେଲରେ ଏପରି ଘଟଣା ଘଟିଛି । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ରାଜସ୍ଥାନର ଅଲୱାରର ମୂଳବାସିନ୍ଦା ଅଜୟ, ତାରା ଚାନ୍ଦ ଓ ନରେଶଙ୍କୁ ଗିରଫ କରିଛି । ଏମାନେ ମହିଳାଙ୍କୁ ନିଶା ଦେଇ ହୋଟେଲର ଗୋଟିଏ ରୁମକୁ ନେଇଥିଲେ । ଏହାପରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ଡେପୁଟି କମିଶନର ଅଫ ପୁଲିସ (ଉତ୍ତରପଶ୍ଚିମ) ଉଷା ରାଗିଣୀ କହିଛନ୍ତି, ରବିବାର ଘଟଣା ସମ୍ପର୍କରେ ଗୋଟିଏ ପିସିଆର କଲ୍‌ ଆଦର୍ଶ ନଗର ପୁଲିସ୍‌ ଷ୍ଟେସନକୁ ଆସିଥିଲା । ପୀଡ଼ିତା ଜଣଙ୍କ ଅଭିଯୁକ୍ତ ଅଜୟ(୩୯)ଙ୍କୁ ଜାଣିଥିଲେ । ତାଙ୍କୁ ଦେଖା କରିବା ପାଇଁ ସେ ରବିବାର ସ୍ଥାନୀୟ ହୋଟେଲକୁ ଯାଇଥିଲେ । ମହିଳା ଜଣଙ୍କ ହୋଟେଲ ରୁମରେ ପହଞ୍ଚିଲା ବେଳେ ଅଜୟଙ୍କ ଦୁଇ ସାଙ୍ଗ ତାରା ଚାନ୍ଦ(୩୪) ଓ ନରେଶ(୩୮) ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେମାନେ ପ୍ରଥମେ ମହିଳାଙ୍କୁ କିଛି ଥଣ୍ଡା ପାନୀୟ ଦେଇଥିଲେ । କିନ୍ତୁ ଏଥିରେ ସେମାନେ ନିଶା ମିଶାଇ ଦେଇଥିବାରୁ ମହିଳା ଜଣଙ୍କ ଚେତା ହରାଇଥିଲେ । ସେ ଅଚେତ ହୋଇଯାଇବା ବେଳେ ଏହାର ଫାଇଦା ନେଇ ଅଜୟ, ତାରା ଓ ନରେଶ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ମହିଳାଙ୍କ ବୟାନ ଓ ମେଡିକାଲ ରିପୋର୍ଟକୁ ଆଧାର କରି ୩୭୬ ଘ(ଗଣଦୁଷ୍କର୍ମ) ୩୭୭ ଓ ୩୨୮ ଧାରାରେ ଗୋଟିଏ ମାମଲା ଆଦର୍ଶ ନଗର ପୁଲିସ୍‌ ଷ୍ଟେସନରେ ରୁଜୁ କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.