କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ,ଡ୍ରାଇଭର ଅଟକ

Oplus_16908288
0 12

ପାଟଣା:- ପାଟଣା ରେଞ୍ଜ କେନ୍ଦେଇପୋଷି ବିଟ୍ କେନ୍ଦେଇପୋଷି ଗ୍ରାମ୍ୟ ଜଙ୍ଗଲ ଭିତରୁ କାଠ ମାଫିଆ ମାନେ ଇଉକାଲିପଟାସ ଗଛ ଗୁଡ଼ିକୁ ମେସିନରେ କାଟି ପିକଅପ ଭ୍ୟାନରେ ନେଉଥିବା ସମୟରେ କୈାଣସିସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ପାଟଣା ବନପାଳ ନିରଞ୍ଜନ ସେଠୀ, କେନ୍ଦେଇପୋଷି ଫରେଷ୍ଟ ଗାର୍ଡ ରୂପଶ୍ରୀ ଖୁଣ୍ଟିଆ ଓ ପାରା କର୍ମଚାରୀ ପହଞ୍ଚି ଚଢ଼ାଉ କରି ଏକ କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିବା ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି । ଏହି ଘଟଣାରେ କାଠ ବୋଝଇ ଗାଡିର ଡ୍ରାଇଭର ଜଗା ନାଏକକୁ ଅଟକ ରଖିଛି । ଜବତ କାଠର ଆନୁମାନିକ ମୁଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.