ଜଙ୍ଗଲ ବିଭାଗର ଅଧିକାରୀଙ୍କ ଜିଲ୍ଲା ମୋହ

0 203

ରେଳବାଇ ଜମିରେ ଫରେଷ୍ଟ ପାର୍କ

ରାୟଗଡା : ରାୟଗଡା ଜିଲ୍ଲା ରେ ଜଙ୍ଗଲ ବିଭାଗର ଅଧିକାରୀଙ୍କ ରାୟଗଡା ଜିଲ୍ଲାରୁ ବଦଳି ହୋଇଥିଲେ ମଧ୍ୟ ରାୟଗଡା ଜିଲ୍ଲା ମୋହ ଛାଡୁନାହାନ୍ତି। ବାବୁ ଜଣକ ଦୀର୍ଘ ବର୍ଷ ଧରି ଜିଲ୍ଲାରେ କାର୍ଯ୍ୟ କରିବା ପରେ ଅନ୍ୟ ଜିଲ୍ଲା ବଦଳି ହୋଇଥିଲା, କିନ୍ତୁ ବର୍ଷେ ନ ପୁରୁନୁ ପୁଣି ଜିଲ୍ଲାରେ ଯୋଗ ଦେଇଥିବା ଅଭିଯୋଗ।  ବର୍ଷ ନପୁରୁଣୁ ରାୟଗଡା ବନଖଣ୍ଡକୁ ବଦଳି ନିର୍ଦ୍ଦେଶ  ବର୍ତ୍ତମାନ1ବର୍ଷ ନପୁରୁଣୁ ACF ହୋଇ ଆସି  ପୁଣି ଏହି ଜିଲ୍ଲା ରେ କିପରି କାର୍ଯ୍ୟରତ ଅଛନ୍ତି ,ଯାହା ସରକାରୀ ନୀୟମାବଳୀ ବାହାରେ ବୋଲି ଚର୍ଚ୍ଚା ହେଉଅଛି। ଏହି ଭଳି ଆଉ ଜଣେବାବୁ  ଉଚ୍ଚ ପଦସ୍ତ ଅଧିକାରୀ ସେହିଭଳି ଦୀର୍ଘ ୧୩ବର୍ଷ ଧରି ଜିଲ୍ଲାରେ କାମ କରିଥିବାବେଳେ , ପରେ ସେ ପଦଉନ୍ନତି ପାଇ ACF ହୋଇ ପଡୋଶୀ ଜିଲ୍ଲା  କର୍ଯ୍ୟରତ ଅଛନ୍ତି।ସେ ବି ପୁଣି ଏହି ଜିଲ୍ଲା କୁ ଆସିବା ପାଇଁ ଚେଷ୍ଟା କରୁଥିବା ସୂଚନା ମିଳୁଛି। ଏମିତି ଅନେକ ଦକ୍ଷ ଅଧିକାରୀ ଅଛନ୍ତି କିନ୍ତୁ ଏହି ଅଧିକାରୀ ମାନେ ହିଁ ବାରମ୍ବାର ଜିଲ୍ଲାରେ ରହିବା ପାଇଁ ପସନ୍ଦ କରୁଛନ୍ତି ଏହାର କାରଣ କଣ? ଏହି ଅଂଚଳ ରେ କାର୍ଯ୍ୟରତ ସମୟ ରେ ଏମାନ ନାଁ ରେ ବହୁତ ଗୁଡାଏ ଦୁର୍ନୀତି ରିହିଥିବା ଵିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି 2 ଜଣ ପଦଧିକାରୀ ଙ୍କ ଅମଳରେ ରାୟଗଡା ଜିଲ୍ଲା ର ଫରେଷ୍ଟ ପାର୍କ ଯାହାକି ରେଳବାଇ ଜମିରେ ହୋଇଅଛି। ବର୍ତ୍ତମାନ ରାୟଗଡା ଠାରେ ରେଳବାଇ ବିଭାଗ ଦ୍ଵାରା ନୂତନ ଭାବେ ଗଠିତ ଡିଭିଜନ ହେବାପାଇଁ ନିର୍ଦେଶ ଆସିଲା ବର୍ତମାନ ଏହିଜଗା ରୁ ପାର୍କ ହଟାଇବା ପାଇଁ ବନ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିବା ଅନୁମାନ କରାଯାଉଛି।ଜିଲ୍ଲା ବିଭିନ୍ନ ବିଭାଗ ର ପାଣ୍ଠି ରୁ ଖର୍ଚ୍ଚ ହୋଇଥିବା ଅର୍ଥ ଏହି ପାର୍କ ରେ ଏହି 2ଜଣ ଅଧିକାରୀଙ୍କ ତତ୍ୱବଧାନ ରେ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ବିନା ଅନୁମତିରେ ରେଳବାଇ ଜାଗାରେ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ କରି ଦୁର୍ନୀତି କରିଥିବା ଅନେକ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିଲା।।ବର୍ତ୍ତମାନ ଏହି ଜାଗା ରେଳବାଇ ତାର ଅଧୀନକୁ ନେଇଯାଏ ପାର୍କ ରେ ଖର୍ଚ୍ଚ ହୋଇଥିବା ଲୋକଙ୍କ ଅର୍ଥ କିଏ ଭରଣା କରିବ।ଏହିଭଳି ବିଭାଗୀୟ ଅଧିକାରୀ ମାନେ ଜନସାଧାରଣ ଙ୍କ ଅର୍ଥ କୁ ଅପବ୍ୟବହାର କରି  ଅର୍ଥ ପାଣ୍ଠି କୁ ବଢାଇ ମଉଜ କରୁଛନ୍ତି ଲୋକେ ଅଭିଯୋଗ କରିଛନ୍ତି। ଏହିପରି ଅଧିକାରୀ ମାନଙ୍କୁ ରାଜ୍ୟ ସରକାର କିଭଳି ଜାଣି ଶୁଣି ପଡୋଉନ୍ନତି ଦେଇ ସେହି ଜିଲ୍ଲା କୁ ବଦଳି କରୁଛନ୍ତି।ସରକାର ଜାଣି ଶୁଣି ଅଧିକାରୀ ମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି। ଏହି ଅଧିକାରୀ ମାନଙ୍କ ହାତ ଏତେ ଯେ ଲମ୍ବା, ଜିଲ୍ଲା ମୋହ ଛାଡିପାରୁନାହାନ୍ତି କହି ଲୋକମାନଙ୍କ ଦ୍ୱାରା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.