କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ନୂଆ ବ୍ୟବସ୍ଥା

0 231

ଗଞ୍ଜାମ: କରୋନାରୁ ଆରୋଗ୍ୟ ହେଉଥିବା ଲୋକଙ୍କ ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା। କରୋନା ମୁକାବିଲା ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଏକ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଆସନ୍ତାକାଲିଠାରୁ କରୋନା ଆରୋଗ୍ୟଙ୍କ ପୁଣି ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଯାଞ୍ଚ ପ୍ରକ୍ରିୟାରେ ଆଶା, ANM, ଅଙ୍ଗନବାଡ଼ି କର୍ମୀ, ଆୟୁଷ ଡାକ୍ତର ସାମିଲ ରହିବେ।

କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ନିଆଯିବ। ଯାଞ୍ଚରେ କେହି ପୁଣି ସଂକ୍ରମିତ ଜଣାପଡ଼ିଲେ ସେମାନଙ୍କୁ କୋଭିଡ଼ ହସ୍ପିଟାଲ ପଠାଯିବ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.