ଏମ.ଜି.ଏମ କମ୍ପାନୀର କଣ୍ଟେନର ତଳେ ଚାପି ହୋଇ ଯୁବ ଇଂଜିନିୟରଙ୍କ ମୃତ୍ୟୁ

0 3
ଖୋରଧା :- ଢେଙ୍କାନାଳ  ନିମିଧାସ୍ଥିତ ଏମ.ଜି.ଏମ କମ୍ପାନୀ ର  ସମ୍ପ୍ରସାରଣ କାର୍ଯ୍ୟପାଇଁ ନିୟୋଜିତ ଗୋଟିଏ ମୋବାଇଲ  କଣ୍ଟେନର ଛିଡିପଡିବାରୁ ତଳେ କାର୍ଯ୍ୟ ତଦାରଖ କରୁଥିବା ଖୋରଧା ଗୁରୁଜଙ୍ଗ ଗ୍ରାମ ର ଯୁବ ଇଂଜିନିୟର ଶତାବ୍ଦୀ ରାଜମୋହନଙ୍କ ଉପରେ ପଡିଥିଲା ।
                                             
          କଣ୍ଟେନର ତଳେ ଚାପି ହୋଇରହିଥିବା ଇଂଜିନିୟରଙ୍କୁ ଉପସ୍ଥିତ କର୍ମଚାରୀ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟ , ସମ ହସ୍ପିଟାଲ,ପରେ କଟକ ପୁରୀ ରୋଡ଼ରେ ଥିବା ଶ୍ରୀ ହସ୍ପିଟାଲ , ଅବସ୍ଥା ଗୁରୁତର ହେବାରୁ ରାଜଧାନୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ଶନିବାର ରାତିରେ ଶତାବ୍ଦୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଉକ୍ତ ଯୁବ ଇଂଜିନିୟରଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ତାଙ୍କ ଅଵସ୍ଥା ଗୁରୁତର ଥିବା ସତ୍ତ୍ୱେ ତାଙ୍କୁ କାହିଁକି କଟକ ବଡ ମେଡିକାଲ ଛାଡି ଭୁବନେଶ୍ୱର ଅଣାଗଲା ଯଦିବି ଅଣାଗଲା ପ୍ରଥମେ ଭର୍ତ୍ତି କରାଯାଇଥିବା ସମ ରୁ ଫେରାଇ ଆଣି ଏକ ଛୋଟ ଶ୍ରୀ ହସ୍ପିଟାଲରେ ଭର୍ତିକରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ସେଠାରେ ୨୪ ଘଣ୍ଟା ପକାଇ ରଖି କୌଣସି ଉତ୍ତମ ଚିକିତ୍ସା ନ ହେବାରୁ ପରିବାର ଲୋକ ପହଞ୍ଚି ଆପୋଲୋ ହସ୍ପିଟାଲକୁ ନେଇଥିଲେ ହେଲେ ସେଠାରେ ଶତାବ୍ଦୀଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ କମ୍ପାନୀରେ କାମକରୁଥିବା କିଛି କର୍ମଚାରୀ ସାଂଘାତିକ ତଥ୍ୟ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଯୁବ ଇଂଜିନିୟର ଶତାବ୍ଦୀକୁ ଅଣା ଯାଇଥିବା କମ୍ପାନୀ ଆମ୍ବୁଲାନ୍ସ ରେ ଅକ୍ସିଜେନ ନଥିଲା କି ଏସି ଚାଲୁ ନଥିଲା । ଅବସ୍ଥା ଗୁରୁତର ହେଉଥିବାରୁ କର୍ମଚାରୀ ମାନେ କଟକରେ ଭଲ ହସ୍ପିଟାଲ ରେ ଭର୍ତିକରିବାକୁ କହିଥିବାବେଳେ କମ୍ପାନୀର କର୍ତ୍ତୃପକ୍ଷ ସେମାନଙ୍କୁ ତାଗିଦ କରି ଶ୍ରୀ ହସ୍ପିଟାଲ୍ କୁ ନେବାକୁ କହିଥିଲେ, ବିମଳ ବାବୁ ଯାହା କହୁଛନ୍ତି ସେୟା କର ଘଟଣା ସମ୍ପର୍କରେ କାହା ଆଗରେ ମୁହଁ ନ ଖୋଲିବାକୁ ତାଗିଦ କରିଥିଲେ।   ଅବସ୍ଥା ଏତେ ଗୁରୁତର ସତ୍ତ୍ୱେ ପରିବାର କିମ୍ବା ସମ୍ପର୍କୀୟ ଙ୍କୁ କାହିଁକି ଜଣା ଗଲାନି ତାହାବି ପ୍ରଶ୍ନ ବାଚି ସୃଷ୍ଟି କରିଛି।
          ଅନ୍ୟ ପକ୍ଷରେ ମୃତକ ଇଂଜିନିୟର ଇଲେକ୍ଟ୍ରିକାଲ ଡିଭିଜନ ରେ କାମ କରୁଥିବା ବେଳେ ସେଦିନ ତାଙ୍କୁ ମେକାନିକାଲ ବିଭାଗରେ କାହିଁକି ନିୟୋଜିତ କରାଯାଇଥିଲା  । ଅନ୍ୟପଟେ ଏତେବଡ ଦୁର୍ଘଟଣା ପରେ କମ୍ପାନୀର କେହି ଉଚ୍ଚ ପଦାଧିକାରୀ  ନ ଆସିବା ତାହା ମଧ୍ୟ ଆହୁରି ପ୍ରଶ୍ନ ଉଠାଇଛି। ସାଙ୍ଗରେ ଆସିଥିବା କମ୍ପାନୀର ଦୁଇଜଣ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତିଯେ ତିନି ଚାରି ମାସ ହେବ କମ୍ପାନୀରେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି । ଶତାବ୍ଦୀ ସାର ସେମାନଙ୍କ ଭୁଲକୁ ଧରିବା ଏନେଇ କମ୍ପାନୀ ମାଲିକଙ୍କୁ ଜଣାଉଥିଲେ ଫଳରେ ହେରଫେର କରୁଥିବା କର୍ମଚାରୀ ତାଙ୍କର ଶତ୍ରୁ ହୋଇଯାଥିଲେ। ଶତ୍ରୁତା ଯୋଗୁ ୪ ମାସ ତଳେ ଅନୁରୂପ ଭାବେ ଜଣେ କର୍ମଚାରୀଙ୍କ ଗୋଡ ସମ୍ପୂର୍ଣ୍ଣ କଟି ଯାଇଛି। କମ୍ପାନୀରେ କର୍ମଚାରୀ କିମ୍ବା ଶ୍ରମିକଙ୍କ ପାଇଁ କୌଣସି  ସୁରକ୍ଷା ବ୍ୟବସ୍ଥା ନାହିଁ।  ଏନେଇ କମ୍ପାନୀ ସୁରକ୍ଷା ଅଧିକାରୀ ପ୍ରମୋଦ ଶ୍ରୀବାସ୍ତଵ କହିଛନ୍ତି ଘଟଣାର ତଦନ୍ତ କରା ଯାଉଛି।
         ଅନ୍ୟପଟେ ଶେଷ ମୁହୂର୍ତ୍ତରେ ହସ୍ପିଟାଲ ଆସିଥିବା କମ୍ପାନୀ ଏଚ.ଆର ପ୍ରଶାନ୍ତ ରଥଙ୍କୁ ମୃତ ଇଂଜିନିୟର ଙ୍କ ସମ୍ପର୍କୀୟ ଘଟଣା ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇପାରି ଲୁଚି ପଳାଇ ଯାଇଥିଲେ । ତାଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ବିମଳ ବାବୁ କିଏ ? ଏ ଭଳି ପ୍ରଶ୍ନ ଆହୁରି ରହସ୍ୟମୟ ହେଉଛି। ତେବେ ଏନେଇ ପରିବାର ,ସମ୍ପର୍କୀୟ କହିଛନ୍ତି ଘଟଣାର ଉଚିତ  ତଦନ୍ତ କରାଯାଇ ଦୋଷୀକୁ ଚିହ୍ନଟ କରାଯାଉ।
Leave A Reply

Your email address will not be published.