ଅପରାଧ ଷଢଯନ୍ତ୍ରକାରୀ ଙ୍କୁ ଧରିବାରେ ପୋଲିସ ବିଫଳ

ଜୀବନ ପ୍ରତି ବିପଦ ଦର୍ଶାଇ ସୁରକ୍ଷା ମାଗିଲେ ଶ୍ରମିକ ନେତାଙ୍କ ପରିବାର

filter: 0; fileterIntensity: 0.0; filterMask: 0; hdrForward: 0; highlight: false; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: auto;albedo: ;confidence: ;motionLevel: -1;weatherinfo: null;temperature: 38;
0 1,344

ପାରାଦୀପ : – ଶାନ୍ତ ପାରାଦୀପ ଏବେ ହୋଇଉଠିଛି ଅଶାନ୍ତ l କିଛି ଅପରାଧିକ ତତ୍ୱ ଅର୍ଥ ରୋଜଗାର ପାଇଁ ବିଭିନ୍ନ ଅପରାଧିକ କାର୍ଯ୍ୟ କରିବାକୁ ପଛାଉନଥିବା ଦେଖିବାକୁ ମିଳିଛି ବନ୍ଦର ଓ ଶିଳ୍ପ ସହର ପାରାଦୀପରେ l ପୂର୍ବରୁ ଯେପରି ସେମାନଙ୍କ କାର୍ଯ୍ୟକଳାପ ଚାଲୁଥିଲା ଡବଲ ଇଞ୍ଜିନ ସରକାରରେ ମଧ୍ୟ ସେମାନଙ୍କର ଅପରାଧିକ ସେହିଭଳି ଚାଲୁଥିବାର ଦେଖିବାକୁ ମିଳୁଛି l ତେବେ ନିକଟରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ଘର ଉପରେ ବୋମା ମାଡ଼ ଘଟଣାର ସନ୍ଦିଗ୍ଧ ଷଢଯନ୍ତ୍ରକାରୀ ଅରିନ୍ଦମ ସର୍ଖେଲ ଓରଫ ବାପି ସର୍ଖେଲ ଙ୍କ ବିରୋଧରେ ସ୍ଥାନୀୟ ସର୍ବଦଳୀୟ ନେତୃତ୍ୱ, କର୍ମୀ ଓ ଜନସାଧାରଣ ହଜାର ହଜାର ସଂଖ୍ୟାରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଏହି ଘଟଣାରେ ସର୍ଖେଲ ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ କରିଥିଲେ l

ତେବେ ଏହା ପରଦିନ ସର୍ଖେଲ ତରବରିଆ ଭାବେ କିଛି ଗଣମାଧ୍ୟମ ଆଗରେ ଏହା ଏକ ଷଢ଼ଯନ୍ତ୍ର ଏବଂ ଏଥିରେ ରାକେଶ ପଟ୍ଟନାୟକ ଲୋକ ଯୋଗାଡ଼ କରିବାରେ ସହଯୋଗ କରିଥିଲା ଏବଂ ସେ ଜଣେ ଅପରାଧୀ ବୋଲି କହିଥିଲେ l ତେବେ ଏହାର ଜବାବ ରେ ରାକେଶ ପାଲଟା ଏକ ସାମ୍ବାଦିକ ସମ୍ମିଳନୀ କରି ଅତୀତରେ ବାପି ଙ୍କ କଳା କାରନାମା ର ପର୍ଦ୍ଦାଫାସ କରିବା ସହ ବାପି ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଇ କିପରି ଅପରାଧୀ ସଜାଇଥିଲେ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ  l  ବ୍ୟବସାୟ ଶତ୍ରୁତା ଓ ଅୟୁଷା ମନୋଭାବ ରଖି ଦୀର୍ଘଦିନ ହେବ ବାପି ସର୍ଖେଲ ଓ ବାପୁ ପରିଡା ତାଙ୍କୁ ମାନସିକ ଯନ୍ତ୍ରଣା ସହିତ କେତେ ଥର ମରଣାନ୍ତକ ଆକ୍ରମଣ ଓ ଷଢଯନ୍ତ୍ର କରିଥିବା ନେଇ ରାକେଶ ଅଭିଯୋଗ କରିଥିଲେ l ତେବେ ଏତେଦିନ ବିତିଯାଇଥିଲେ ମଧ୍ୟ ଏହିସବୁ ଘଟଣାରେ ଅଭିଯୁକ୍ତ ଙ୍କୁ ପୋଲିସ ଧରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି l

ଅନ୍ୟପକ୍ଷରେ ପୂର୍ବରୁ ପାରାଦୀପରେ ବିଭିନ୍ନ ହତ୍ୟା ଅପରାଧିକ ଘଟଣାରେ ଏହି ଦୁଇଜଣ ଗିରଫ ହୋଇ ଜେଲ ଯାଇଥିଲେ l ସେହି ଦୃଷ୍ଟିରୁ ରାକେଶ ଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ତାଙ୍କ ଧର୍ମପତ୍ନୀ ଆଇନଜୀବୀ  ଶ୍ରୀମତୀ ବନ୍ଦିତା ସୁଭଦର୍ଶିନୀ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜିଂକ୍ୟ ବାବୁରାଓ ମାନେ ଙ୍କୁ ସାକ୍ଷାତ କରି ଜଗତସିଂହପୁର ଏସପି ଙ୍କ ଉଦ୍ଦେଶ୍ୟରେ ତାଙ୍କ ସ୍ୱାମୀ ରାକେଶ ଙ୍କ ସୁରକ୍ଷା ନିମନ୍ତେ ଏକ ନିବେଦନ ପତ୍ର ପ୍ରଦାନ କରିଛନ୍ତି l ସୂଚନାଥାଉକି, ରାକେଶ କୁମାର ପଟ୍ଟନାୟକ ଜଣେ ସଫଳ ବ୍ୟବସାୟୀ ସହ ଜଣେ ଜନପ୍ରିୟ  ଶ୍ରମିକ ନେତା ତଥା ସମାଜସେବୀ l

Leave A Reply

Your email address will not be published.