ଚାଲିଛି ଲୁଣା ଓ ଦୟା ନଦୀର ଖନନ କାର୍ଯ୍ୟ, ଉପକୃତ ହେବେ ପ୍ରାୟ ୪୦ହଜାର ଲୋକ

0 3
ପୁରୀ :- ଚାଲିଛି ଲୁଣା ଓ ଦୟା ନଦୀରେ ଖନନ କାର୍ଯ୍ୟ l ଏହାଦ୍ୱାରା ଆଖପାଖର ୩୨ଟି ଗ୍ରାମର ପ୍ରାୟ ୪୦ ହଜାର ଲୋକ ଜଳସେଚନର ସୁବିଧା ପାଇବେ l ଲୁଣା ଓ ଦୟା ନଦୀ ପୋତି ହୋଇଯାଇଥିବା ଓ ଅନାବନା ଘାସ ହୋଇଥିବାରୁ ଜଳସେଚନ ପାଇଁ ଘୋର ସମସ୍ୟା ଉପୁଜିଥିଲା l ଏଣୁ ଏହି ଦୁଇ ନଦୀର ଖନନ କାର୍ଯ୍ୟ ଚାଲିଛି। ଏହି ଖନନ କାର୍ଯ୍ୟପାଇଁ ୨୦୨୧ ମସିହାରେ ରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଷଦର ବୈଷୟିକ ପରାମର୍ଶଦାତା ବୈଠକରେ ନିଷ୍ପତ୍ତ ହୋଇଥିଲା | ଏହି ନିଷ୍ପତ୍ତି ଅନୁଯାୟୀ ଉଭୟ ନଦୀ ଖନନ କାର୍ଯ୍ୟ ଆଗେଇ ଚାଲିଛି l ନଦୀ ଖନନ ପାଇଁ ସରକାରଙ୍କ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା l ଟେଣ୍ଡର ମୁତାବକ ଲୁଣା ନଦୀର ବଡ଼ ଗୋଠଠାରୁ ମାତିପୁର ପର୍ଯ୍ୟନ୍ତ ପ୍ରାୟ ୧୬ କିଲୋମିଟର ପର୍ଯ୍ୟନ୍ତ ଖନନ ହେବ l ଏଥିରେ ୨୬କୋଟି ୯୩ ଲକ୍ଷ ୩୦ ହଜାର ୫୪୬ ଟଙ୍କା ଖର୍ଚ୍ଚ ହେବ l ସେହିପରି ଦୟା ନଦୀର କଣାସ ବୋତଳମା ଠାରୁ ତିରୁମଲ ପର୍ଯ୍ୟନ୍ତ ପ୍ରାୟ ୨୧ କିଲୋମିଟର ପର୍ଯ୍ୟନ୍ତ ନଦୀ ଖନନ କରାଯିବା l ଏଥିରେ ୪୧କୋଟି ୩୨ଲକ୍ଷ ୬ହଜାର ୫୭୮ ଟଙ୍କାର ଖର୍ଚ୍ଚ ଧାର୍ଯ୍ୟ ରହିଛି l ଏହି ଉଭୟ ନଦୀର ଖନନ କାର୍ଯ୍ୟ ଡ୍ରେନଜ ବିଭାଗ ଓସିସିଏକୁ ଦେଇଥିଲେ l କିନ୍ତୁ ଓସିସିଏଲ ଗତ ଜାନୁଆରୀ ମାସରେ ଆନ୍ଧ୍ରପ୍ରଦେଶର ନାସବାବୁ ପ୍ରାଇଭେଟ ଲିମିଟେଡ଼ ସଂସ୍ଥାକୁ ହସ୍ତାନ୍ତର କରିଥିଲେ l ଏବେ ନାସବାବୁ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା ମାଧ୍ୟମରେ ବିବିପିଏଲ ସଂସ୍ଥା ଉଭୟନଦୀର ଖନନ କାର୍ଯ୍ୟ କରୁଛି l ମେସିନ ସାହାର୍ଯ୍ୟରେ ୪୦ ମିଟର ଚଉଡା ଓ ୨ ମିଟର ଗଭୀର ପର୍ଯ୍ୟନ୍ତ ନଦୀର ପଙ୍କ କଢ଼ାଯିବ l ପଙ୍କ କଢ଼ାଯିବା ଦ୍ୱାରା ଜଳସେଚନ ସଠିକ ପ୍ରବାହ ହେବ l  ବାହାରୁଥିବା ପଙ୍କ୍, ମାଟି ପାଖାପାଖି ଦେଢ଼ରୁ ୨ କିଲୋମିଟର ଦୂରରେ ପାଇପ ସାହାର୍ଯ୍ୟରେ ସ୍ଥାନାନ୍ତର କରାଯାଉଛି l ଯେହେତୁ ବର୍ଷା ଆସୁଛି ନଦୀ ଭିତରେ ପଙ୍କ ପୁନର୍ବାର ପଶିଯିବ ସେଥିନିମନ୍ତେ ପଙ୍କକୁ ଦୂରରେ ପକାଯାଉଛି l ଜଳସେଚନ ପ୍ରବାହ ଦ୍ୱାରା ଦୟା ନଦୀର ୨୭ ଗ୍ରାମ ଯଥା ବେଗୁନିଆ ପଡା, ଡ଼ାଳୁନୂଆପଡା, ସୂରିଆ, ବୋତଲ, ଘନୀପୁର, ଘୋରଡ଼ିଆ, କନକଫିସିଆ, ତିଗିରିଆ, ଜୋରକାନି, ବାରଡ଼ିଆ, ବାଦଲପୁର, ସମ୍ବଲପୁର, ବରୀମଣ୍ଡଳ, କଣାସ, ଦୋକନ୍ଦା, ବାଲିପାଟଣା, କଖାରୁବସ୍ତ, ଗଡ଼ସାହି, ବେଗୁନିଆ ଗ୍ରାମସହ ଡେଲାଙ୍ଗ ଓ କଣାସ ବ୍ଲକର ୨୨ହଜାର ଲୋକେ ଉପକୃତ ହେବେ l ସେହିଭଳି ଲୁଣା ନଦୀର ନିକଟତମ ଗ୍ରାମ ଯଥା ମାଧିପୁର, ରୁଧିପୁର, ବିଜିପୁର, ଅଣ୍ଡାଳସିଂହ, ଜଗନ୍ନାଥପୁର, ନାଡୁଆପୁର, ପୋଡାକେରା, ତଳମାଳ, ପରମନ୍ଦିପୁର, ନିଖର ଗୋବିନ୍ଦପୁର, ମାନପୁର, କରମଳା ଗ୍ରାମର ପାଖାପାଖି ଲୋକେ ଉପକୃତ ହେବେ l ପ୍ରକାଶ ଥାଉକି ପାଖାପାଖି ୬ଫୁଟ ମାଟି ଖୋଳାଗଲେ ଖରାଦିନେ ହାରାହାରି ୩ଫୁଟରୁ ୪ ଫୁଟ ପାଣି ଦୁଇ ନଦୀ ଯଥା ଦୟା ଓ ଲୁଣା ସଂରକ୍ଷିତ ହୋଇ ରହିପାରିବ l ଯାହାଫଳରେ ଚାଷୀମାନେ ଖରାଦିନିଆ ଚାଷ କରି ଉପକୃତ ହେବେ l
Leave A Reply

Your email address will not be published.