କେନ୍ଦୁଝର:- କୁଡୁମି ଜାତିର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ବହୁତ ଦିନ ପରେ ଜିଲ୍ଲାସ୍ତରରେ ଏକ ନବନିର୍ମିତ କୁଡୁମି ବିକାଶ ଭବନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକ ବୋଦାପଳସା ପଞ୍ଚାୟତ କେନ୍ଦୁଆ ଠାରେ ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସମାଜସେବୀ ତଥା ଆଇନଜୀବୀ ରାଧାକାନ୍ତ ମହାନ୍ତ ଓ ଜିଲ୍ଲାପରିଷଦ ସଦସ୍ୟା ଯାଜ୍ଞସେନୀ ମହାନ୍ତଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଓଡିଶା କୁଡ଼ୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡିଶା କୁଡୁମୀ ସେନା ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ, ପିପିଳିଆ ଦେଶକରମ ସମ୍ପାଦକ ହୃଷିକେଶ ମହାନ୍ତ, ଜାତୀୟ ଫୁଟବଲ୍ କୋଚ ବୀରେଦ୍ର କୁମାର ମହାନ୍ତ, ଜିଲ୍ଲା ଓଷ୍ଟ। ସଭାପତି ମନ୍ମଥ ମହାନ୍ତ, ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ, ଝାରଖଣ୍ଡର କୁଡୁମୀ ନେତା ରାଜେଶ ମହାନ୍ତ, ଝୁମର ଗାୟକ ଭୈରବ ମହାନ୍ତ, ସମାଜସେବୀ ଅଜିତ ମହାନ୍ତ, କୁଡୁମୀ ସେନା ଉପଦେଷ୍ଟା ପୂର୍ଣ୍ଣେନ୍ଦୁ ମହାନ୍ତ, କୁଡୁମୀ ସେନା ସଦର ସଭାପତି ରଘୁନାଥ ମହାନ୍ତ, କୁଡୁମୀ ସେନା ଉପଦେଷ୍ଟା ଅଭିମନ୍ୟୁ ମହାନ୍ତ, ହରିଚନ୍ଦନପୁର ଯୁବ ସମ୍ପାଦକ ପଦ୍ମଲୋଚନ ମହାନ୍ତ, କୁଡୁମାଲି ଭାଷା ଗବେଷକ ନବକିଶୋର ମହାନ୍ତ , ଉପଦେଷ୍ଟା ଲିଜା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କୁଡୁମୀ ଜାତିର ବିଭିନ୍ନ ସମସ୍ୟା ଓ ଦୀର୍ଘ ବର୍ଷ ହେଲା ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ମଧ୍ୟ ତାହା କାରକାରୀ ହେଉ ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। କୁଡୁମାଲି ଭାଷାକୁ ସାମ୍ବଧାନିକ ବ୍ୟବସ୍ଥାରେ ଯୋଡିବା, କୁଡୁମୀ ଜାତିକୁ ଆଦିବାସୀ ତାଲିକାଭୁକ୍ତ କରିବା, କୁଡୁମୀ ବିକାଶ ପରିଷଦ ଗଠନ, କୁଡୁମୀ ବହୁଳ ଅଞ୍ଚଳରେ କୁଡୁମୀ ଭବନ ନିର୍ମାଣ ଦାବୀକୁ ମୁଖ୍ୟଅତିଥିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ସଭାକୁ ଓଡିଶା କୁଡୁମୀ ସେନା ସମ୍ପାଦକ ତ୍ରିନାଥ ମହାନ୍ତ ପରିଚାଳନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଆ ଗ୍ରାମର ପିତାମ୍ବର ମହାନ୍ତ, ନରେନ୍ଦ୍ର ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ହୃଷୀକେଶ ମହାନ୍ତ, ମୁନା ମହାନ୍ତ, ଦିବାକର ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମସ୍ତ ଅତିଥି ମାନେ କୁଡୂମି ପାରମ୍ପରିକ ଝୁମର ଗୀତ ଓ ମାଦଳ ତାଳେ ତାଳେ ନାଚ ଗୀତ କରିବା ପରେ କାର୍ଯକ୍ରମ ସମାରୋପ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି କୁଡୁମୀ ଭବନଟି ବିଗତ ସରକାର ସମୟରେ ଆମ ଗାଁ ଆମ ବିକାଶ ଯୋଜନାରେ ୨୦ ଲକ୍ଷ ଟଙ୍କା ଅନୁଦାନରେ ଏହି ଭବନ ନିର୍ମିତ ହୋଇଥିଲା।