ମିଡିଆ ହାଉସ, ଦାମନଯୋଡିର ୪ର୍ଥ ବାର୍ଷିକୋତ୍ସବ

0 63

କୋରାପୁଟ : କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡି ଠାରେ ଗତ ୨୦୨୧ ମସିହାଠାରୁ ସ୍ଵୀକୃତି ଲାଭ କରିଥିବା  ଗଣମାଧ୍ୟମ ସଂଗଠନ “ମିଡିଆ ହାଉସ୍ ଦାମନଯୋଡି” ତା’ର ୪ର୍ଥ ବାର୍ଷିକୋତ୍ସବ ପାଳନ କରିଛି । ସଭାପତି ନରସିଂହ ବ୍ରହ୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିୟୁଜ ରୁମ୍ ର ସହ ସମ୍ପାଦିକା ପ୍ରାଚୀ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ନାଲକୋ ସମୁହ ମହାପ୍ରବନ୍ଧକ ଭି ଏସ୍ ଏସ୍ ଆନନ୍ଦ, ସଞ୍ଜୟ କୁମାର ପଟ୍ଟନାୟକ, ପ୍ରଭାତ କୁମାର ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାଷୀନ ଥିଲେ । ଶ୍ରୀ ବ୍ରହ୍ମା ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ମାନସ ରଞ୍ଜନ କର ସଂପାଦକୀୟ ବିବରଣୀ ପାଠ କରିଥିଲେ ।  ସଂଘର ଉନ୍ନତି ପାଇଁ ନାଲକୋ କର୍ତ୍ତୃପକ୍ଷଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି ଓ ସଂଘର ନିବେଦନ କୁ ଗୁରୁତ୍ୱ ପ୍ରଦାନ ପୂର୍ବକ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଛନ୍ତି । ଇତି ଅବସରରେ ଲିଟିଗୁଡ଼ା ର ପୂର୍ବତନ ସରପଞ୍ଚ ଦାମୋଦର ଜାନି, ସିମିଳିଗୁଡା ସମ୍ବାଦ ଖବରକାଗଜ ପ୍ରତିନିଧି ଅଲେଖ ଚନ୍ଦ୍ର ଦାଶ ଙ୍କ ସମେତ ଫୋଟୋ ସାମ୍ବାଦିକ ରବିନ୍ଦ୍ର କୁମାର ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି ଚୈତନ୍ୟ ହନ୍ତାଳ ମଞ୍ଚ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ଜଳେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉପ ସଭାପତି ସୁଦର୍ଶନ ସେନାପତି ଓ ସଂଗଠନ ସମ୍ପାଦକ ଅରୁଣ କୁମାର ଓଝା ଙ୍କ ସମେତ ଅଶୋକ କୁମାର ମହାନ୍ତି, ନଳିନୀକାନ୍ତ ସେନାପତି, କୃଷ୍ଣମୋହନ ପଟ୍ଟନାୟକ, ବିଜୟ କୁମାର, ଅଜୟ କୁମାର ଜେନା, ସୋମନାଥ ସାମନ୍ତରାୟ ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.