ବାବା ସାହେବ ଆମ୍ବେଦକରଙ୍କ 135 ତମ ଜୟନ୍ତୀ ଉତ୍ସବ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି

0 74

ଭଦ୍ରକ : ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ବରେଣ୍ୟ ଅତିଥି ନଳିନୀ କାନ୍ତ ମହାନ୍ତି, ମୁଖ୍ୟ ବକ୍ତା ବିଦ୍ୟାଧର ଜେନା, ସମ୍ମାନିତ ଅତିଥି ଶଶିକାନ୍ତ ଜେନା ପ୍ରମୁଖ ଯୋଗଦେଇ ବାବା ଆମ୍ବେଦକର ସମଗ୍ର ବିଶ୍ୱରେ ଏକ ଅମୁଲ୍ୟ ରତ୍ନ, ତାଙ୍କ ଦ୍ୱାରା ଲିଖିତ ଭାରତ ବର୍ଷର ସମ୍ବିଧାନ ବିଶ୍ୱର ସର୍ବ ବୃହତ୍ତ ll ତାଙ୍କର ବହୁମୁଖୀ ପ୍ରତିଭାକୁ ସମଗ୍ର ବିଶ୍ୱବାସୀ ଉଚ୍ଚ ପ୍ରଶଂସା କରି ଆସୁଥିବା ବେଳେ ଭାରତର ସେ ଥିଲେ ଏକ ଉଜ୍ବଳ ଜ୍ୟୋତି ବୋଲି ମଞ୍ଚାସିନା ଅତିଥି ମାନେ ବକ୍ତବ୍ୟ ଦେଇଥିଲେ ll ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ବଳରାମ ରାଉତ, ଇଲିଆସ ଖାଁ ତାଙ୍କ ବକ୍ତବ୍ୟରେ ବାବାସାହେବ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ll ସଭା ପ୍ରାରମ୍ଭରେ ସଭାରେ ସଭାପତିତ୍ୱ କରିଥିବା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ମୁଖ୍ୟ ଅତିଥି,,ସମ୍ମାନିତ ମାନେ ପ୍ରଦୀପ ପ୍ରଜ୍ବଳନ କରି ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ll ଆୟୋଜିତ ଏହି ଜୟନ୍ତି ଉତ୍ସବ କୁ ଯୁବନେତା ବିଜୟ ବାରିକ, ମନୋଜ ମାଲିକ,,ସେକ ଫୟାଜ଼ ପରିଚାଳନା କରିଥିବା ବେଳେ ଯୁବନେତା ଲାଲୁ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ll

Leave A Reply

Your email address will not be published.