ମୁମ୍ୱାଇ: ବନ୍ଧା ହେଲେ ପଳାତକ ଡନ୍ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ଜଣ ସଦସ୍ୟ । ଜୋରଜବରଦସ୍ତି ବଟି ଆଦାୟ ମାମଲାରେ ମୁମ୍ୱାଇ କ୍ରାଇମବ୍ରାଞ୍ଚ ପୁଲିସ ଡି-କମ୍ପାନୀ ସହ ଜଡିତ ଏହି ୫ ଜଣଙ୍କୁ ଆଜି ଗିରଫ କରିଛି । ଗିରଫ ସଦସ୍ୟଙ୍କ ମଧ୍ୟରେ ଅଜୟ ଗାଣ୍ଡା, ପିରୋଜ ଚମଦା, ସମୀର ଖାନ, ପାପା ପଠାନ ଓ ଅମଜଦ ରେଡକର ଅଛନ୍ତି । ଗତମାସରେ ଗିରଫ ହୋଇଥିବା ରିଆଜ ଭଟ୍ଟ ସହ ମିଶି ଏମାନେ ମୁମ୍ୱାଇର ବିଭିତ୍ତ ବ୍ୟବସାୟୀଙ୍କ ଠାରୁ ବଟି ଆଦୟ କରୁଥିବା ଅଭିଯୋଗ ରହିଛି । ସୋମବାର ବିଳମ୍ୱିତ ରାତିରେ ଏବଂ ମଙ୍ଗଳବାର ଦିନ ପଶ୍ଚିମ ଓ ଦକ୍ଷିଣ ମୁମ୍ୱାଇର ବିଭିତ୍ତ ସ୍ଥାନରୁ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏହାପୂର୍ବରୁ ମୁମ୍ୱାଇ ପୁଲିସ ସଲିମ୍ କୁରେଶି ଓରଫ ସଲିମ୍ ଫ୍ରୁଟ୍, ଗ୍ୟାଙ୍ଗଷ୍ଟର ଛୋଟା ଶକିଲର ଭିଣେଇ ତଥା ବ୍ୟବସାୟୀ ରିୟାଜ ଭାଟିଙ୍କୁ ଦାଦାବଟି ଆଦାୟ ମାମଲାରେ ଗିରଫ କରିଥିଲା । ଏମାନଙ୍କ ବିରୋଧରେ ପୁଲିସ ମକୋକା ଆକ୍ଟରେ ପୁଲିସ ମାମଲା ରୁଜୁ କରିଥିଲା । ଏମାନେ ଏକ ବ୍ୟବସାୟୀଙ୍କୁ ଧମକ ଦେଇ ୩୦ ଲକ୍ଷ ଟଙ୍କାର ର୍କା ଓ ନଗଦ ୭.୫ ଲକ୍ଷ ଟଙ୍କା ମାଗିଥିଲେ । ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଆତଙ୍କବାଦୀ କାର୍ଯ୍ୟକଳାପ ରେ ସହାୟତା କରିବା ଅଭିଯୋଗରେ ସଲିମ ଫ୍ରୁଟ୍କୁ ଏନ୍ଆଇଏ ଗିରଫ କରିଥିବା ବେଳେ ପଚରାଉଚରା ପାଇଁ
ରିମାଣ୍ଡରେ ନେଇଥିଲା ଏଇସି ।
ବନ୍ଧା ହେଲେ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗର ୫ ସଦସ୍ୟ
Prev Post