ବିଶ୍ୱ ତମାକୁ ବିରୋଧୀ ଦିବସ ପାଳିତ

ଆୟୋଜିତ ହେଲା ସଚେତନତା ରାଲି

0 1
ସମ୍ବଲପୁର:- ବିଶ୍ୱ ତମାକୁ ବିରୋଧୀ ଦିବସ ଅବସରରେ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୧ ଅନ୍ତର୍ଗତ ସମ୍ବଲପୁର ଓ ବୁର୍ଲାର ସମସ୍ତ ରୋଟାରୀ କ୍ଲବ ପକ୍ଷରୁ ସନ୍ଧ୍ୟା ରେ ଏକ ବିଶାଳ ସଚେତନତା ରାଲିର ଆୟୋଜନ କରାଯାଇଥିଲା l ଏହି ସଚେତନତା ରାଲି ଲକ୍ଷ୍ମୀ ଟକିଜ୍ ଛକରୁ ଆରମ୍ଭ ହୋଇ ଜି.ଏମ୍. ବିଶ୍ୱବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଯାଇଥିଲା l
                                                                       
         ତମାକୁ ସେବନର କୁପ୍ରଭାବ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ଏବଂ ଯୁବପିଢ଼ିଙ୍କୁ ତମାକୁ ମୁକ୍ତ ଜୀବନ ଅପନାଇବାକୁ ପ୍ରେରିତ କରିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ lଜିଲ୍ଲା ଗଭର୍ନର ୨୦୨୫-୨୬ ରୋଟାରିଆନ ଅମିତ ଜୟସ୍ୱାଲଙ୍କ ମାର୍ଗଦର୍ଶନରେ ଏବଂ ପିପି ରୋଟାରିଆନ ଏମ୍.ଡି. ପରୱେଜ ଅଲି ଖାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l
         ୟୁଥ ପ୍ରୋଟେକ୍ସନ ସବ୍-କମିଟିର କୋ-ଚେୟାର ରୋଟାରିଆନ ଲିପିକା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଲିରେ ପିଡିଜି ଶମ୍ଭୁ ଜଗତରାମକା, ସିଟି କୋ-ଅର୍ଡିନେଟର ରାଜ କିଶୋର ଦାସ, ଏଜି ଶିବ ପାଢ଼ୀ, ବିଭିନ୍ନ କ୍ଲବର ସଭାପତି ରାଜୀବ ଜୈନ, ରଶ୍ମି ରଞ୍ଜନ ମହାପାତ୍ର, ସୁରେଶ ମୁନ୍ଦ୍ରା, ସୁମନ୍ତ ନାୟକ, ଅରୁଣ ପଟୱାରୀଙ୍କ ସହ ବହୁ ରୋଟାରିଆନ ଯୋଗଦେଇଥିଲେ lଏହା ସହିତ ପିପି ଆନନ୍ଦ କୁମାର ଅଗ୍ରୱାଲ, ପ୍ରଶାନ୍ତ ରଥ, ଦାମୋଦର କର, ରବି ମିଶ୍ର, ଭଗତ ସିଂହ, ବିଲାଲ ମଲ୍ଲିକ, ପ୍ରବୀଣ ସୁରୀ, ତୃଷ୍ଣା ବାଗ, ନୀଲମ ଆନନ୍ଦ, ଗୀତମ ସିଂହ, ଲକ୍ଷ୍ମୀ ମହାପାତ୍ର, ସତ୍ୟ ନାରାୟଣ ବେରିହା, ଜିଜି ଜୋସେଫ ଓ ଅନ୍ୟାନ୍ୟ ସଦସ୍ୟ, ଛାତ୍ରଛାତ୍ରୀ, ସମାଜସେବୀ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ୍ୟ ଯୋଗଦେଇଥିଲେ lସମାଜକୁ ତମାକୁ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଏହି ରାଲିରେ ସାମିଲ ହେବାକୁ ଆୟୋଜକମାନେ ଆହ୍ୱାନ କରିଛନ୍ତି l ଏହି ଅବସରରେ
“ତମାକୁକୁ ନା କୁହନ୍ତୁ – ଜୀବନ ଓ ସ୍ୱାସ୍ଥ୍ୟକୁ ବାଛନ୍ତୁ” ର ବାର୍ତ୍ତା  ଦିଆଯାଇଥିଲା l
Leave A Reply

Your email address will not be published.