ରାସ୍ତା କାମରେ ଅନିୟମିତତା

ମୋଟାବାଡି ଠାରୁ ଭାୟା କୁଞ୍ଜବନ,ଗୌଡିଆ ବୋରଡା ରାସ୍ତା ନିମ୍ନ ମାନର ପିଚୁ କାମ କୁ ନେଇ ଜନ ଅସନ୍ତୋଷ

filter: 0; fileterIntensity: 0.0; filterMask: 0; captureOrientation: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 48;
0 2

ବୁଗୁଡ଼ା/ମୋଟାବାଡ଼ି:- ଗମନା ଗମନର ସୁବିଧା ପାଇଁ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ କରାଯାଇଥାଏ,ସରକାର କୋଟି କୋଟି ଟଙ୍କା ରାଜସ୍ବ ବ୍ୟୟ ବରାଦ କରିଥାନ୍ତି।ହେଲେ ସରକାର କା ମାଲ ଦରିଆ ମେ ଡାଲ୍ ନୀତିରେ କେଉଁଠି ପ୍ରଶାସନ ତ’ ଆଉ କେଉଁଠି ଠିକାଦାରଙ୍କ ଲାଭ ଖୋର ମନୋଭାବ ଯୋଗୁଁ କଚ୍ଚା ରାସ୍ତା ନିର୍ମାଣ କରାଯାଉଛି, ପିଚୁ ପଡ଼ିବାର ସପ୍ତାହେ ହୋଇନି ହାତ ମାରିଲେ ରାସ୍ତାରୁ ଉଠି ଯାଉଛି ପିଚୁ ଯଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା, ରାସ୍ତା ନିର୍ମାଣ ଅବସ୍ଥାରେ ଯଦି ହାତ କି ଗୋଡ଼ ମାରିଲେ ପିଚୁ ଉଠି ଯାଉଛି ଯାହା ଫଳରେ ଲୋକେ ହନ୍ତସନ୍ତ ହେବାର ସମ୍ଭାବନା ଅଧିକ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି, ରାଜ୍ଯରେ ବିକାଶକୁ ଆଖି ଆଗରେ ରଖି ଯୋଗାଯୋଗ ଓ ଗମନା ଗମନକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ସରକାର।

ଗ୍ରମ୍ୟ ନିର୍ମାଣ ବିଭାଗ ଓଡ଼ଶା ସରକାର ପ୍ରକଳ୍ପ ଅନୁଦାନ ପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ବାରା ଲାଗିଥିବା ସୂଚନା ଫଳକ ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସୀମା ଠାରୁ ଭାୟା ମୋଟାବାଡି, କୁଞ୍ଜବନ, ଗୌଡିଆ ବରୋଦା, ଗାନ୍ଧୀନଗର ସମୁଦାୟ ରାସ୍ତା ୫,୩୭୭ କିମି ଏହି ରାସ୍ତା କାମ ଚାଲିଥିବା ବେଳେ ନିମ୍ନ ମାନର ପିଚୁ କାମ ସହ ବହୁ ପତଳାରେ ପିଚୁ ପକାଯାଉଥିବା ଦେଖିବାକୁ ମିଳୁଛି, ଠିକାଦାର ଓ ବିଭଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଳିଛି କି ରାସ୍ତା ନିର୍ମାଣ ? ଏଠି ପ୍ରଶ୍ନ ଉଠୁଛି ବିଭାଗୀୟ ଅଧିକାରୀ ଉପସ୍ଥିତରେ ଉକ୍ତ କମ୍ ହେଉଥିଲା ନା’ ଠିକାଦାର ମନଇଛା କାମ କରୁଛନ୍ତି। ଯଦି ବିଭାଗୀୟ ଯନ୍ତ୍ରୀ କର୍ଯ୍ୟ ତଦାରଖ କରୁଥିଲେ। ତାହାହେଲେ ରାସ୍ତାର ଅବସ୍ଥା ଏଭଳି କିପରି ହେଲା? ଯାହା କି ବିଭାଗୀୟ କର୍ତ୍ତୃପକ୍ଷଙ୍କ କାଯ୍ୟା ଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚି ସୃଷ୍ପାଚି କରୁଛି?କୌଣସି ଯନ୍ତ୍ରୀ କିମ୍ୱା ପ୍ରଶାସନ ସ୍ତରରେ ଦେଖା ମିଳୁନାହିଁ ଯାହା ଫଳରେ ଏହି ରାସ୍ତା ନିର୍ମାଣ କୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି ଯଦି ଆଗାମୀ ଦିନରେ ଏହି ରାସ୍ତା କାମ ଉନ୍ନତ ମାନର ନ ହୁଏ ପରବର୍ତ୍ତୀ ସମୟରେ ଅଞ୍ଚଳବାସୀ ରାସ୍ତା ଅବରୋଧ ସହ ଜନ ଆନ୍ଦୋଳନ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.