ଛତୁଆ କେନ୍ଦ୍ରରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ

0 45

ମାଲକାନଗିରି (ଡିକେ ନ୍ୟୁଜ୍) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଶ୍ରୀଗଣେଶ ଛତୁଆ ଓ ବାଲିମେଳା ଥିବା ନବ ଭାରତ ଛତୁଆ କେନ୍ଦ୍ର ପରିଦର୍ଶନ କଲେ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ।ଆଜି ସକାଳେ ଅଚାନକ ପରିଦର୍ଶନ କରିଥିଲେ ଶ୍ରୀ ଭୋଇ ନବ ଭାରତ ଛତୁଆ କେନ୍ଦ୍ରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ ବାଦାମ ଟିକେ ନିମ୍ନ ମାନର ତାକୁ ପରିବର୍ତ୍ତନ ପାଇଁ କହିଥିଲେ ଏବଂ ରୋଷେଇ ଘରର ପରିବେଶ ସଫା ସୁତୁରା ରଖିବା ନିର୍ଦ୍ଦେଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପଲ୍ଲବୀ ଖରା ଗ୍ରସ୍ତ ସମୟରେ ଛତୁଆ କେନ୍ଦ୍ରଗୁଡ଼ିକର ରେକର୍ଡ ସବୁ ଯାଞ୍ଚ କରିବା ସହ କେତେ ଜଣ ମହିଳା କାର୍ଯ୍ୟ କରୁଛନ୍ତି ପାରିଶ୍ରମିକ ଠିକ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ।ଏହି ସମୟରେ ତାଙ୍କ ସହିତ ଆଇସିଡିଏସର ଅଙ୍ଗନବାଡ଼ି ସୁପରଭାଜର ସଂଯୁକ୍ତା ନାୟକ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.