ଧର୍ମଗଡ :-ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସର୍କିଟ ହାଉସ ଠାରେ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ମାନଙ୍କ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ୨ ବର୍ଷ ଓ କେନ୍ଦ୍ର ସରକାର ଙ୍କ ୧୨ ବର୍ଷ ସଫଳତା କୁ ନେଇ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ତରଫରୁ ବ୍ଲକ ମାନଙ୍କ ରେ ଜନ ସମାବେଶ କରିବା ପାଇଁ ବୈଠକ ରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର ଙ୍କ ସଭାପତିତ୍ୱ ରେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡା, ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ରମେଶ ମାଝୀ ଏବଂ ପୂର୍ବତନ ବିଧାୟକ ଭବାନୀପାଟଣା ଅନାମ ନାଏକ, ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ମନୋଜ କୁମାର ପାତ୍ର ଉପସ୍ଥିତ ରହି ଆଦିବାସୀ ସମାଜର ସର୍ବାଙ୍ଗୀନ ବିକାଶ, ସାମାଜିକ ସଶକ୍ତିକରଣ ଏବଂ ସଂଗଠନର ମଜବୁତିକରଣ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ବୈଠକରେ ଆଗାମୀ ଦିନରେ ଆଦିବାସୀ ଜନଜାତି ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା, ଜନଜାତି ସମାଜର ଅଧିକାର ଓ ଉନ୍ନତି ପାଇଁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ସରକାରଙ୍କ ଜନହିତକର ଯୋଜନା ଗୁଡ଼ିକୁ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ନୂତନ ଭାବେ କାର୍ଯ୍ୟଭାର ନେଇଥିବା ଜିଲ୍ଲା ଓ ବ୍ଲକ ର ସମସ୍ତ ନୂତନ ପଦାଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।