ଜାରି ହେବ ନୂଆ ୫୦୦ ଓ ୧୦ ଟଙ୍କିଆ ନୋଟ୍‌

0 107

ମୁମ୍ବାଇ,: ଖୁବ୍ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୫୦୦ ଟଙ୍କା ଓ ୧୦ ଟଙ୍କା ନୂଆ ନୋଟ୍ ଜାରି କରିବାକୁ ଯାଉଛି । ଏହି ପଦକ୍ଷେପ ଯୋଗୁ ନୋଟ୍‌ ଦୁଇଟିରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ, ଯାହା ଦେଶର ମୁଦ୍ରାପ୍ରଣାଳୀକୁ ଆହୁରି ବି ସୁରକ୍ଷିତ ଓ ସୁବିଧାଜନକ କରିବ । ନୂଆ ୫୦୦ ଓ ୧୦ ଟଙ୍କା ନୋଟରେ ଡିଜାଇନ, ରଙ୍ଗ ଓ ନିରାପତ୍ତା ବୈଶିଷ୍ଟ୍ୟରେ ପରିବର୍ତ୍ତନ କରାଯିବାର ଆକଳନ କରାଯାଉଛି । ତେବେ ଏହି ପରିବର୍ତ୍ତନ ବର୍ତ୍ତମାନର ନୋଟର ମୂଳ ସ୍ୱରୂପକୁ ବଦଳାଇବନାହିଁ । ନୂଆ ନୋଟ୍‌ ଡିଜାଇନ ମହାତ୍ମା ଗାନ୍ଧି (ନୂଆ) ଶୃଙ୍ଖଳା ଅନୁସାରେ ପ୍ରଚଳିତ ନୋଟ ଭଳି ହେବ । ଆସିବାକୁ ଥିବା ୧୦ ଓ ୫୦୦ ଟଙ୍କାର ନୋଟରେ ଆରବିଆଇ ନୂଆ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ରହିବ । ତେବେ ଏହି ନୋଟର ଡିଜାଇନ ପୂର୍ବ ଭଳି ମହାତ୍ମା ଗାନ୍ଧୀ (ନୂଆ) ଶୃଙ୍ଖଳା ନୋଟ ସହିତ ମେଳ ରହିବ । ଏହାର ଅର୍ଥ ନୂଆ ନୋଟରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ଏଗୁଡିକର ସିକ୍ୟୁରିଟି ଫିଚର୍ସ ଓ ଅନ୍ୟ ବୈଷୟିକ ପରିବର୍ତ୍ତନ ହେବ । ଆରବିଆଇ ସ୍ପଷ୍ଟ କରିଛନ୍ତି ଯେ ନୂଆ ନୋଟ ଜାରି ହେବା ପରେ ବି ପୁରୁଣା ନୋଟଗୁଡିକ  ବୈଧ ମୁଦ୍ରା ହୋଇ ରହିବ । ଅର୍ଥାତ ଏବେକା ନୋଟ ଗୁଡିକର ଉପଯୋଗିତା ଉପରେ କୌଣସି ପ୍ରକାରର ପ୍ରଭାବ ପଡିବ ନାହିଁ । ଆରବିଆଇ ନିକଟରେ ୧୦୦ ଓ ୨୦୦ ଟଙ୍କା ନୂଆ ନୋଟର ଘୋଷଣା କରିଥିଲେ । ଏହି ପଦକ୍ଷେପ ଯୋଗୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଆଗାମୀ ଦିନମାନଙ୍କରେ ବଜାରରେ ଅନେକ ପ୍ରକାରର ନୂଆ ନୋଟ୍ ଦେଖିବାକୁ ମିଳିବ । ୫୦୦ ଟଙ୍କାର ପୁରୁଣା ନୋଟ୍‌ ରଙ୍ଗ ଓ ଆକାର ପୂର୍ବରୁ ବଦଳି ସାରିଛି । ଏବେ ରିଜର୍ଭ ବ୍ୟାଙ୍କ ପୁଣି ଥରେ ଏହି ସବୁ ନୋଟ୍‌ର ରଙ୍ଗ, ସାଇଜ, ସିକ୍ୟୁରିଟି ଫିଚର୍ସ ଓ ଡିଜାଇନରେ ପରିବର୍ତ୍ତନ କରିପାରନ୍ତି । ପୁରୁଣା ୫୦୦ ଟଙ୍କା ନୋଟର ରଙ୍ଗ ଷ୍ଟୋନ ଗ୍ରେ ଥିଲା ତେବେ ନୂଆ ୫୦୦ ଟଙ୍କା ନୋଟର ରଙ୍ଗ ଓ ଡିଜାଇନ କିଛି ଅଲଗା ହୋଇପାରେ । ହେଲେ ଏହା ମହାତ୍ମା ଗାନ୍ଧି (ନୂଆ) ଶୃଙ୍ଖଳାରେ ହେବ, ଯେପରି ବଜାରରେ ପ୍ରଚଳିତ ନୋଟ୍ ସହିତ ମେଳ ଖାଇବ ।

Leave A Reply

Your email address will not be published.