ଆଦର୍ଶ ଥାନା ପୁଲିସ ପଞ୍ଜା ରେ ଲୁଟେରା ଗ୍ୟାଙ୍ଗ,୧୩୫ ଗ୍ରାମ ସୁନା ସହିତ ୮ଲକ୍ଷ ୮୦ ହଜାର ଟଙ୍କା ଜବତ

Oplus_16908288
0 2

ଖୋରଧା :- ଖୋରଧା ସହର ର ବିଶିଷ୍ଟ ବ୍ୟବସାୟୀ ଲୋକନାଥ ରାମ ତାଙ୍କ ସ୍ତ୍ରୀଙ୍କ ସହିତ ଗୋଡ଼ିପୋଖରୀ ଠାରୁ ଖୋରଧା ଟାଉନ ମଧ୍ୟ କୁ ଏକ ସ୍କୁଟିରେ ଆସୁ ଥିବା ବେଳେ, ଦୁଇଜଣ ଅଜଣା ବ୍ୟକ୍ତି ଏକ ଧଳା ରଙ୍ଗର ମୋଟରସାଇକେଲ ରେ ଆସି ଲୋକନାଥ ଙ୍କ  ବେକରୁ ପ୍ରାୟ ୨୦ ଗ୍ରାମ ଓଜନର ସୁନା ଚେନ ଟିକୁ ଛିଣ୍ଡାଇ ନେଇ ଦୃତଗତି ରେ ଖୋରଧା ନୂଆ ବସଷ୍ଟାଣ୍ଡ ଅଭିମୁଖେ ଚାଲି ଯାଇଥିଲେ l

ଏହି ଘଟଣା ସମ୍ପର୍କ ରେ ଲୋକନାଥ ଖୋରଧା ଆଦର୍ଶ ଥାନା ରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣା ଟିର ତଦନ୍ତ ଆରମ୍ଭ କରିଥିଲା l ଏ ସମ୍ପର୍କ ରେ ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ପରମାର ସ୍ମିତ ପାରସତ୍ତମ ଦାସ  ଗଣମାଧ୍ୟମ ପ୍ରତିନିଧି କହିଛନ୍ତି, ପୁଲିସ ମହା ନିର୍ଦ୍ଦେଶକ, ୱାଇ.ବି.ଖୁରାନିଆ ଏବଂ ଆଇ.ଜି,  ଡକ୍ଟର ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋରଧା ଜିଲ୍ଲାରେ ଅପରାଧୀଙ୍କ ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତ ୩ ତାରିଖ ସନ୍ଧ୍ୟା ୭ ଟା ସମୟରେ ଖୋରଧା ଆଦର୍ଶ ଥାନା ପୁଲିସ ପକ୍ଷରୁ  ବାଟ ମଙ୍ଗଳା ଛକରେ ପେଟ୍ରୋଲିଙ୍ଗ ସମୟ ରେ ସେହି ବାଟ ଦେଇ ଯାଉଥିବା ଯାନବାହାନ ଗୁଡ଼ିକୁ ଯାଞ୍ଚ କରାଯାଉଥିଲା l

ସେହି ସମୟରେ ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ଏକ ମାରୁତି ସ୍ୱିଫ୍ଟ କାରକୁ ଅଟକାଯାଇଥିଲା। କାର ଟିକୁ ଯାଞ୍ଚ ସମୟରେ କାର ଭିତରୁ ₹ ୫.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ପଚରାଉଚରା ସମୟରେ ଡ୍ରାଇଭର କାଳି ପ୍ରସାଦ ରାଉଳ ଏବଂ କାର ରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆଶିଷ ଦାସ ସ୍ବୀକାର କରିଥିଲେ,ସେମାନେ ଖୋରଧା  ଆଦର୍ଶ ଥାନା,  ସଦର ଥାନା ଏବଂ ଶିଳ୍ପାଞ୍ଚଳ ଥାନା ଅଧୀନରେ ଅନେକ ସୁନା ଚେନ ଛିନତାଇ ଘଟଣା ଘଟାଇଛନ୍ତି ଏବଂ ଚୋରି ସୁନା ଅଳଙ୍କାର ସବୁ ଖୋରଧା ଗୁରୁଜଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁ, କଟକର ନିରଞ୍ଜନ ସାହୁ ଏବଂ ଜୟଦେବ ପାଲଙ୍କୁ ବିକ୍ରି କରିଛନ୍ତି।

ସେମାନଙ୍କ ସ୍ୱୀକାରକ୍ତି ଆଧାରରେ ତଦନ୍ତ ସମୟରେ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ କପିଳ ପ୍ରସାଦ ରାଉଳ (୨୯) ଆଶିଷ ଦାସ (୧୮) ଗୁଡୁଲ ବେହେରା (୩୨) ସନ୍ତୋଷ କୁମାର ସାହୁ (୩୫) ନିରଞ୍ଜନ ସାହୁ (୪୩) ଏବଂ ଜୟଦେବ ପାଲ (୪୪) ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ମାରୁତି ସ୍ୱିଫ୍ଟ କାର, ୧୩୫ ଗ୍ରାମ ଗ୍ରାମ ଓଜନର ତରଳା ଯାଇଥିବା ସୁନା, ₹ ୮,୮0,000/- ନଗଦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ମାନଙ୍କ ଙ୍କ ପୂର୍ବ ଅପରାଧିକ ରେକର୍ଡ ଏବଂ ବହୁ ବିଚାରାଧୀନ ମାମଲାରେ ସେମାନଙ୍କର ସମ୍ପୃକ୍ତି ରହିଥିବା ନେଇ ଜିଲ୍ଲା ଏସ.ପି ସୂଚନା ଦେଇଛନ୍ତି । ଏହା ସାମ୍ୱାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଏସ.ଡି.ପି.ଓ, ଖୋରଧା ପଙ୍କଜ କୁମାର ମାଝି, ଖୋରଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ଖୋରଧା ଶିଳ୍ପାଞ୍ଚଳ ଥାନା ଅଧିକାରୀ ଉମେଶ ସାହୁ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.