ପାରଳାଖେମୁଣ୍ଡି, ୩୧ା୩ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ମୁଖ୍ୟ ରାସ୍ତାରେ ଦୁଇଟି ପୃଥକ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ଜିଲ୍ଲାର ରାଜସୀତାପୁର ଛକଠାରେ ଏକ ଚିପ୍ସ ବଝୋଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଗାଡି ଚାଳକ ସମାନ୍ୟ ବାବେ ଆହତ ହୋଇଥିବା ଜଣାପଡିଛି । ସେହିପରି ପାଟିକୋଟା ଗ୍ରାମ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାଫଳରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତୁରନ୍ତ ସେମାନଙ୍କୁ ପାରଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରାଣ୍ଡି ପୋଲିସ ଥାନାରେ ଉଭୟ ଦୁର୍ଘଟଣାକୁ ନେଇ ପୃଥକ ପୃଥକ ଭାବେ ମାମଲା ରୁଜୁ ହୋଇଥିବାର ଥାନା ସୂତ୍ରରୁ ପ୍ରକାଶ ।