ଲକ୍ ଡାଉନ ପୂର୍ବରୁ ମୁନିଗୁଡାରେ ତମାଖୁ ଜାତ ଦ୍ରଵ୍ୟର କଳା ବଜାରୀ

0 201

ମୁନିଗୁଡା – ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମାରେ ବେପାରୀ ମାନେ ଵିଭିନ୍ନ ସାହି ଓ କେତେକ ଘରେ ଗୋଦାମ କରି ତମାଖୁଜାତ ଦ୍ରଵ୍ୟ ମହଯୁଦ ରଖି କଳାବଜାର କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏଠାରେ କରୋନା କାହା ପାଇଁ ସର୍ବନାଶ ପାଲଟି ଥିବାଵେଳେ କାହାପାଇଁ ପୁସମାସ ଚାଲିଛି। ତେଵେ ମୁନିଗୁଡା ବଜାରରେ କଳାବଜାରୀ ଓ ଲାଭଖୋର ବ୍ୟବସାୟୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ବର୍ତମାନ ମହାମାରୀ ମହାଗତିରେ ରାଜ୍ୟ ତଥା ଜିଲ୍ଲାରେ ମାଡିଚାଲିଥିବା ଵେଳେ ସରକାରଙ୍କ ପକ୍ଷରୁ କିଛି କଟକଣା ଲାଗୁ କରାଯାଇଛି। ଗତଥର ଭଳି ଏଥର ଦ୍ବିତୀୟ ଲହରୀ କରୋନା କଟକଣାରେ ଏହାର ଫାଇଦା ଉଠାଇ ଵ୍ୟବସାୟୀମାନେ ଭାଙ୍ଗ,ଘୁଟୁକା ,ଖ ଇନ, ମସଲା ଜାତ ସାମଗ୍ରୀ କୁ ଏବେ ଠାରୁ ଲୁଚାଇ ରଖି ବଜାରରେ କୁତ୍ରୀମ ଅଭାବ ସୃଷ୍ଟିକରି ଯେତିକି ପ୍ରକୃତ ମୂଲ୍ୟ ତାଠାରୁ ଚାରିଗୁଣରେ ବିକ୍ରି କରାଯାଉଛି ।ଯାହା ଫଳରେ ଅଭ୍ୟସ୍ତ ଲୋକେ ମୁଣ୍ଡରେ ହାତଦେଇ ଵସିଥିବାଵେଳେ, ଅସାଧୁ ବ୍ୟବସାୟୀ ମାନେ ମାଲେ ମାଲ ହେଉଥିବା ଅଭିଯୋଗ ହେଉଛି। ବର୍ତମାନ ନିଜର କଠୋର ପଦକ୍ଷେପ ପାଇଁ ଚର୍ଚାରେ ଥିବା ଏସଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଓ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ତଥା ତହସଦାର ଶ୍ରୀ ସିମାଞ୍ଚଳ ଗୌଡ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ସହ ଅସାଧୁ ବ୍ୟବସାୟୀମାନେ ପୁଲିସ୍ ଆଖିରେ ଚକମା ଦେଇ ଵିଭିନ୍ନ ସ୍ଥାନରେ ଗୋଦାମ କରି ମହଯୁଦ ଲୁଚାଇ ରଖିଥିଵା ତମାଖୁ ଜାତିୟ ସାମଗ୍ରୀ କୁ ଜବତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ପ୍ରକାଶ ଥାଉକି ଗତ କୋଭିଡି ସମୟରେ ମୁନୀଗୁଡା ପୋଲିସ୍ ଯେପରୀ ଆଦର୍ଶ କରୋନା ଯୋଦ୍ଧା ସାଜି ସଫଳତା ହାସଲ କରିଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଗୁଟୁକା ଜଵତକରି ଉଦାହରଣ ସୃଷ୍ଟି କରିଛନ୍ତି, ଏଵେ ତାର ପୁନର୍ଵାର କାର୍ଯ୍ୟାନୁଷ୍ଠାନ ପାଇଁ ଦାଵୀ ହେଉଛି।

Leave A Reply

Your email address will not be published.