ରାତି ୮ରୁ ୧୦ ଯାଏ ବାଣଫୁଟା

0 174

ଭୁବନେଶ୍ୱର, ୨୧ା୧୦(ଡିକେ ନ୍ୟୁଜ): ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ଲାଇନ । ରାଜଧାନୀରେ ୨ଘଣ୍ଟା ବାଣ ଫୁଟାଇବା ପାଇଁ ମିଳିଲା ଅନୁମତି ।
ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କିମ୍ବା ପରେ ବାଣ ଫୁଟାଇଲେ ଜୋରିମାନା ଆଦାୟ କରାଯିବ ।
ରାଜଧାନୀରେ ବାଣ ଦୋକାନ ଖୋଲିବାକୁ ୩୦ଟି ଖୋଲା ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତି ଦୋକାନ ମଧ୍ୟରେ ୩ମିଟର ଦୂରତା ରହିବା ସହ ସାମନ୍ତରାଳ ଭାବେ ଦୋକାନ ଖୋଲିବାକୁ କୁହାଯାଇଛି । ଏହି ୩୦ଟି ସ୍ଥାନ ଛଡା ଯଦି ଆଉ କେଉଁଠି ବାଣ ବିକ୍ରି କରାଯାଉଥାଏ ତାହାଲେ ସେଇ ଦୋକାନକୁ ସିଲ୍‌ କରାଯିବ । କୌଣସି ବେଆଇନ ବାଣ ଦୋକାନ ନଜରକୁ ଆସିଲେ କମିସନରେଟ ପୋଲିସ ଜାରି କରିଥିବା ହ୍ୱାଟ୍ସଆପ୍‌ ନମ୍ବରରେ ଜଣାଇବାକୁ କୁହାଯାଇଛି ।

Leave A Reply

Your email address will not be published.