ବିଜେପି ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଦାବି ପତ୍ର

0 193

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ମଣ୍ଡଳର ବିଜେପି ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ପାଇଁମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।ଭାରତୀୟ ଜନତା ପାର୍ଟି ସିକରପାଇ ମଣ୍ଡଳର ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ଦଳ ବାହାରି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି ।

ଏଥିରେବିଜେପିର ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ କୁମାର ସେଠୀ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ପଞ୍ଚାୟତ ସଭାପତି ରୁଦ୍ରଖଣ୍ଡରିୟା, କସାଦକ୍ଷ ସମେଶ ନେମାଲପୁରୀ, ଆଦିବାସୀ ମର୍ଚ୍ଚା ସଭାପତି, କୃଷକ ମର୍ଚ୍ଛା ସଭାପତି ପ୍ରାସ୍କା  କ୍କାତୁ, ମହିଳା ମର୍ଚ୍ଚା ପ୍ରମିଳା ନାୟକ,  ଜିଲା ପ୍ରବାରୀ ଧନେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.