ଦ୍ୱିତୀୟ ୱେଭ୍ ରେ ୪୨୦ ଡାକ୍ତରଙ୍କ ମୃତ୍ୟୁ

180

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସାରା ଦେଶରେ ଜାରି ରହିଛି । ହେଲେ ସଂକ୍ରମଣ ବିରୋଧରେ ଲଢୁଥିବା ଡାକ୍ତରମାନଙ୍କ ଜୀବନ ଏହି ସମୟରେ ଗୁରୁତ୍ୱୂର୍ଣ୍ଣ ହୋଇଥିବା ବେଳେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍(ଆଇଏମ୍ଏ) ଦେଇଥିବା ସୂଚନା ଏବେ ଚିନ୍ତା ବଢାଇଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଭାରତରେ ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସର୍ବାଧିକ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

ସେପଟେ କେବଳ ଦିଲ୍ଲୀ ନୁହେଁ ବିହାର ୯୬, ଉତ୍ତରପ୍ରଦେଶରେ ୪୧, ଆନ୍ଧ୍ର୍ରଦେଶରେ ୨୬, ଆସାମରେ ୩, ଗୁଜୁରାଟରେ ୩୧, ଗୋଆରେ ୨, ହରିଆଣାରେ ୨,ମହାରାଷ୍ଟ୍ରରେ ୧୫, ମଧ୍ୟପ୍ରଦେଶରେ୧୩ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏହାସହ ସବୁଠାରୁ କମ୍ ପଞ୍ଜାବ ଓ ପୁଡୁଚେରୀରେ କେବଳ ଜଣେ ଲେଖାଏଁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ କରୋନା ଟେଷ୍ଟିଂରେ ସବୁଠାରୁ ଆଗରେ ରହିଛି ଉତ୍ତରପ୍ରଦେଶ । ଗତ ୨୧ ଦିନ ମଧ୍ୟରେ ୟୁ ିରେ ୪ କୋଟି ୬୫ ଲକ୍ଷ ଲୋକଙ୍କର କରୋନା ଟେଷ୍ଟିଂ କରାଯାଇଥିବା ଜଣାପଡିଛି । ଏହାସହ ୧୮ରୁ ୪୪ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

Comments are closed.