ଇଣ୍ଟର-ପାର୍ଲାମେଣ୍ଟାରୀ ସମ୍ମିଳନୀରେ ଯୋଗଦେବେ ସାଂସଦ ସସ୍ମିତ ପାତ୍ର

0 184

ଭୁବନେଶ୍ୱର, ୬ା୧୦(ଡିକେ ନ୍ୟୁଜ): ଭାରତ ପକ୍ଷରୁ ବିଶ୍ୱ ସମ୍ମିଳନୀରେ ଯୋଗଦେବେ ବିଜେଡି ସାଂସଦ ସସ୍ମିତ ପାତ୍ର । ଆସନ୍ତା ୧୧ରୁ ୧୫ ତାରିଖ ଯାଏ ରାୱଣ୍ଡାର କିଗାଲିରେ ଅନୁଷ୍ଠିତ ହେଉଥିବା ୧୪୫ତମ ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିରେ ଯୋଗଦେବେ ସାଂସଦ ଡକ୍ଟର ସସ୍ମିତ ପାତ୍ର । ସସ୍ମିତଙ୍କୁ ଚୟନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଏହି ଅଧିବେଶନରେ ୧୭୦ଟି ଦେଶର ସଂସଦୀୟ ପ୍ରତିନିଧି ଯୋଗଦେଉଥିବା ବେଳେ ସସ୍ମିତ ମଧ୍ୟ ଗସ୍ତ କରିବେ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ମନୋନିତ ହୋଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ପାତ୍ର ।

Leave A Reply

Your email address will not be published.