ସ୍ୱିଡେନ୍, ୬ା୧୦: ଫ୍ରାନ୍ସର ଲେଖିକା ଏନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଦିଆଯିବ । ଏ ସଂପର୍କରେ ଆଜି ସ୍ୱିଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ନୋବେଲ କମିଟି ପକ୍ଷରୁ କରାଯାଇଛି ଘୋଷଣା । ଚଳିତବର୍ଷ ସାହିତ୍ୟ ପାଇଁ ଆନି ଏର୍ନକ୍ସଙ୍କ ନାମ ଘୋଷଣା କରାଯାଇଛି । ଅପରିସୀମ ଶୌର୍ଯ୍ୟ ଓ ବ୍ୟୁତ୍ପତ୍ତି ସୃଷ୍ଟି କରି ଇତିହାସ ରଚିଥିଲେ ଆନି । ବିଶ୍ୱର ବିଭିନ୍ନ ଭାଷାରେ ତାଙ୍କର ଅଗଣିତ ଲେଖା ହୋଇଛି ଅନୁଦିତ । ଶ୍ରେଣୀ ଓ ଲିଙ୍ଗଗତ ଭାବନାକୁ ନିଜର ଉପନ୍ୟାସରେ ସ୍ଥାନୀତ କରି ସାହିତ୍ୟ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆନି । ୧୯୦୧ରୁ ବର୍ତ୍ତମାନ ସୁଦ୍ଧା ୧୧୩ଜଣଙ୍କୁ ଦିଆଗଲାଣି ସାହିତ୍ୟରେ ନୋବେଲ । ସାହିତ୍ୟ ପ୍ରତି ପିଲାବେଳୁ ରୁଚି ରଖୁଥିବା ଏହି ପ୍ରସିଦ୍ଧ ଲେଖିକାଙ୍କ ଅନେକ ପୁସ୍ତକ ପାଠକଙ୍କ ହୃଦୟ ଜତିଛି । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଆଦି ବିଭାଗରେ ନୋବେଲ ଘୋଷଣା କରାଯାଇଥିବା ବେଳେ ଆଜି ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ସେହିପରି ଆଜି ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ । ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ମାନବ ସମାଜ ପାଇଁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବାରୁ ଏହା ସବୁଠାରୁ ମର୍ଯ୍ୟାଦାଜନକ ବିବେଚିତ ହୋଇଥାଏ ।