ଆସୁଛି ବାତ୍ୟା: ଛାନିଆ ଚାଷୀ

0 200

ଭୁବନେଶ୍ୱର, ୧୯ା୧୦ (ଡିକେ ନ୍ୟୁଜ୍‌): ସମ୍ଭାବ୍ୟ ବାତ୍ୟାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ଏହା ଏବେ ଚହଳ ସୃଷ୍ଟି କରିଛି । ଏହି ବାତ୍ୟାକୁ ନେଇ ଚାଷୀଙ୍କ ମଧ୍ୟରେ ଛନକା ପଶିଛି । ଫସଲ ନଷ୍ଟ ଆଶଙ୍କାରେ ଅଧା ପାଚିଲା ଧାନକୁ କାଟି ବାଡ଼ିକୁ ବୁହାଇ ଆଣୁଛନ୍ତି ଚାଷୀ । ବାତ୍ୟାର ପ୍ରଭାବ କେତେ ହେବ ତାହା ଜଣାନଥିଲେ ମଧ୍ୟ ପ୍ରବଳ ବର୍ଷା ଚାଷୀଙ୍କ ଭୟକୁ ବଢ଼ାଇଦେଇଛି । ତେଣୁ ବର୍ଷା ପୂର୍ବରୁ ଆଧା ପାଚିଥିବା ଧାନ ଫସଲକୁ ବିକଳରେ କାଟି ଆଣି ସୁରକ୍ଷିତ ସ୍ଥାନରେ ରଖୁଛନ୍ତି । ପୂର୍ବରୁ ଫନି ଓ ଫାଇଲିନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଚାଷୀ ବାତ୍ୟାର ନାଁ ଶୁଣି ଭୟଭୀତ ହୋଇପଡ଼ିଛନ୍ତି । ବାତ୍ୟା ଆସିବା ଆଗରୁ ଯେତିକି ହେଉପଛେ ଅମଳ କରିନେବା ପାଇଁ ଚାଷୀ ଉଦ୍ୟମ ଚଳାଇଛି । ଖାଲି ଚାଷୀ ନୁହଁନ୍ତି ମତ୍ସ୍ୟଜୀବୀଙ୍କ ମଧ୍ୟରେ ମଧ୍ୟ ଛନକା ଦେଖିବାକୁ ମିଳିଛି । ବାତ୍ୟା ହେଲେ ଯେମିତି ତାଙ୍କର ଡଙ୍ଗା ଓ ଜାଲ ସୁରକ୍ଷିତ ରହିବ ସେଥିପାଇଁ ସେସବୁକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ବ୍ୟବସ୍ଥା କରୁଛନ୍ତି । ଫନି-ଫାଇଲିନ ଭଳି ବାତ୍ୟାର କ୍ଷୟକ୍ଷତି ଆଜି ପର୍ଯ୍ୟନ୍ତ ଭରଣା ହୋଇନଥିବା ବେଳେ ଆଉ ଏକ ବାତ୍ୟା ସମ୍ଭାବନା ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ନିଦକୁ ହଜାଇ ଦେଇଛି ।

Leave A Reply

Your email address will not be published.