ସ୍ୱୟଂ ସହାୟକ ଗୋଷ୍ଠିକୁ ସିଲେଇ ମେସିନ ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଜିଲ୍ଲାପାଳ ଡ଼ଃ, ୟେଦୁଲା ବିଜୟଙ୍କ ନିର୍ଦେଶ କ୍ରମେ ସେତୁ ଯୋଜନାରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ, ଚିତ୍ରକୋଣ୍ଡା ବ୍ଲକ ମିଶନଶକ୍ତି ଡିପିସି ନିରଞ୍ଜନ, ଚିତ୍ରକୋଣ୍ଡା ଗୋଷ୍ଠି ଉନୟନ୍ନ ଅଧିକାରୀ ଟି, ପଦ୍ମନାଭ ଦୋରା, ଓ ଚିତ୍ରକୋଣ୍ଡା ସିଡିପିଓ ଗୀତାଞ୍ଜଳି ମହାରଣା ଙ୍କ ଉପସ୍ଥିତିରେ  ଚିତ୍ରକୋଣ୍ଡା ଆଇ ସି ଡ଼ି ଏସ କାର୍ଯ୍ୟାଳୟରେ ମିଶନ ଶକ୍ତି  ଆନୁକୂଲ୍ୟରେ ସ୍ୱାଭିମାନ ଅଞ୍ଚଳ ବଡପଡା, ପାପରମେଟଲା, ଗାଜଲମାମୁଡି, ପଣସପୁଟ ପଞ୍ଚାୟତର ସିଲେଇ ଜାଣିଥିବା ୧୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିକୁ ୧୦୦ଟି ସିଲେଇ ମେସିନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବିପିସି ରବୀନ୍ଦ୍ର ଭୁଇୟା, ଆଇସିଡ଼ିଏସ ସୁପରଭାଇଜର ଚମ୍ପା ନାୟକ ପରିଚାଳନା କରିଥିଲେ ।