ଶିଶୁ ଶ୍ରମିକ ବିଲୋପ ପାଇଁ ୧୫ ଦିନିଆ ବିଶେଷ କାର୍ଯ୍ୟକ୍ରମକୁ ଆୟୋଜିତ

ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବ

ପୁରୀ ଜିଲ୍ଲାରେ ଶିଶୁ ଶ୍ରମିକ ବିଲୋପ ପାଇଁ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶରେ ୧୫ ଦିନିଆ ବିଶେଷ କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଇଅଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ଶରତ ଚନ୍ଦ୍ର ବେହେରା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ଚୌଧୁରୀ ସୁବ୍ରତ କୁମାର ଜେନା ପ୍ରଭାଗୀୟ ଶ୍ରମ ଆୟୁକ୍ତ, ପୁରୀ, ଶ୍ରୀ ମନୋଜ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୁରୀ ତଥା ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ ସହକାରୀ ଶ୍ରମ ଅଧିକାରୀ ଓ କର୍ମଚାରୀ, ରୁଚିକା ସାମାଜିକ ସେବା ସଂଗଠନ ର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଗ୍ରୀନସିଟି ଅଟୋ ଚାଳକ ସଂଘ, ପୁରୀ, ପୁରୀ ପୌରପାଳିକା ଅଟୋ ଚାଳକ ସଂଘ,  ପୁରୀ ଇତ୍ୟାଦିର  ସଦସ୍ୟମାନେ ଉପସ୍ଥିତ ରହିଥିଲେ l ଏହି ରଥ ସମଗ୍ର ଜିଲ୍ଲା ବୁଲି ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବ ଏବଂ ଶିଶୁ ଶ୍ରମିକଙ୍କୁ ନା ବୋଲି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରାଯିବ l ଉକ୍ତ କାର୍ଯ୍ୟକ୍ରମରେ ରଥ ପରିକ୍ରମା ଶୁଭାରମ୍ଭ ସହିତ ଏକ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ଚୈତନ୍ୟ ଛକ, ସମୁଦ୍ରକୂଳ ପର୍ଯ୍ୟନ୍ତ ଯାଇଥିଲା l ଏହି ପଦଯାତ୍ରାରେ ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ,ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ,ସାଧାରଣ ଜନତା,ନିର୍ମାଣ ଶ୍ରମିକ,ବିଭିନ୍ନ ଶ୍ରମିକ ସଙ୍ଗଠନ ର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ l ଏତଦବ୍ୟତୀତ ଖୁବ ଶୀଘ୍ର ଶିଶୁ ଶ୍ରମିକ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇ ଉକ୍ତ କମିଟି ମେମ୍ବର ଙ୍କ ମତାମତ ଅନୁସାରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ବିଭିନ୍ନ ସଂସ୍ଥା ମାନଙ୍କରେ ଚଢାଉ କରାଯାଇ ମାଲିକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଥିଲା l

#socialservicereport #puri #dumanikhabar
Comments (0)
Add Comment