ମାଲକାନଗିରି : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ ସ୍ଥିତି ବେହାଲ ହୋଇପଡ଼ିଛି। କାଙ୍ଗୁରକୋଣ୍ଡା, ଏମଭି-୯୦, ଏମଭି-୯୬, ପୋଟେରୁ ଓ କନ୍ୟାଶ୍ରମ ପୋଲ ଉପରେ ୩ରୁ ୪ ଫୁଟ୍ର ବନ୍ୟା ଜଳ ଚାଲୁ ଥିବାର ଦେଖିବାକୁ ମିଳିଛି। ହାଇଦ୍ରାବାଦ ସହ ମାଲକାନଗିରିର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ପୋଲ ଉପରେ ପାଣି ଚାଲିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିବା ନଜର ଆସିଛି।ଏହି ବାତ୍ୟା ଦୃଷ୍ଟି କୁ ଆଖି ଆଗରେ ରଖି ନିଜେ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ନିରୀକ୍ଷଣ କରୁଥିବାର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।