ମାଲକାନଗିରି :- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଧିନସ୍ତ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି କୋରୁକୋଣ୍ଡା ବ୍ଲକ ଅଧୀନ ନାକାମାମୁଡି ଗାଁ ଠାରୁ ପ୍ରାୟ ୨/୩ କି.ମି ଦୂର ବାଲିମେଳା – ନାକାମାମୁଡି ମୁଖ୍ୟ ରାସ୍ତା ପାର୍ଶ୍ଵ ଜଙ୍ଗଲରେ ୧୫୦ କେ.ଜି ଗଞ୍ଜେଇ ଗଛିତ ରଖାଯାଇଥିବା ଗଞ୍ଜେଇକୁ ଜବତ କରିଛି ଓର୍କେଲ ପୋଲିସ। ଘଟଣା ସ୍ଥଳରୁ ଏହି ବେଆଇନ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଏକ ମୋଟର ସାଇକେଲ ଗାଡି ନମ୍ବର -ଓଡି -୧୦-ସି -୨୦୧୩ ନମ୍ବର ଲେଖାଥିବା ବାଇକକୁ ମଧ୍ୟ ଜବତ କରିଛି।ତେବେ ବେଆଇନ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ବୁଧବାର କୋର୍ଟ ଚାଲାଣ କରିଛି।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଧିନସ୍ଥ ବାଗରିଆ ଗୁଡା ଗ୍ରାମର ଭଗବାନ ହନ୍ତାଳ -(୧୯)ଏବଂ ଅନ୍ୟ ଜଣେ ଉକ୍ତ ଗ୍ରାମର ଦଳବନ୍ଧୁ ମୁଦୁଲୀ -(୧୯) ବୋଲି ଜଣା ପଡିଛି।ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚିତ୍ରକୋଣ୍ଡା ଅଞ୍ଚଳର କେତେଜଣ ଗଞ୍ଜେଇ ମାଫିଆ ବେଆଇନ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ବାଲିମେଳା -ନାକମାମୁଡି ମୁଖ୍ୟ ରାସ୍ତା ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ରଖାଯାଇଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କୁ ସୂଚନା ମିଳିଥିଲା।ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସ୍ ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ମଙ୍ଗଳବାର ସନ୍ଧ୍ୟାରେ ଘଟଣା ସ୍ଥଳରେ ପହଁଞ୍ଚି ହଠାତ ଚଢ଼ାଉ କରି ସେଠାରେ ଗଛିତ ଥିବା ୧୫୦କେ.ଜି ଗଞ୍ଜେଇ ଓ ସେଠାରେ ଥିବା ଏକ ବାଇକକୁ ପୋଲିସ ଜବତ କରିଥିଲା। ଗଞ୍ଜେଇ ଚୋରା ଚାଲାଣ ପାଇଁ ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଘଟଣା ସ୍ଥଳରୁ ଗିରଫ କରି ଥାନାକୁ ଆଣିଥିଲେ।ଏ ନେଇ ଓର୍କେଲ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୨୮୮/୨୦୨୬ ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଥାନାରେ ପଚରା ଉଚୁରା କରିବା ସମୟରେ ସେମାନେ ଏହି ଗଞ୍ଜେଇକୁ ଚିତ୍ରକୋଣ୍ଡା ଥାନା ଅଧିନସ୍ତ ସିଡିପାକା ଗ୍ରାମର ରଘୁନାଥ ହନ୍ତାଳଙ୍କ ଠାରୁ ଆଣିଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଥିବା ଜଣା ପଡିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇ ଜବତ କରାଯାଇଛି। ମୋଟ ୧୫୦କେ.ଜି ଗଞ୍ଜେଇ ଥିବା ଜଣା ପଡିଛି। ଏହି ବେଆଇନ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ଜଣା ପଡିଛି। ଏହି ଘଟଣାର ତଦନ୍ତ ଓର୍କେଲ ଥାନାର ଅତିରିକ୍ତ ଥାନା ଅଧିକାରୀ ରାଜେଶ୍ୱର ଶବର ଜାରୀ ରଖିଛନ୍ତି ବୋଲି ଥାନା ଅଧଜକାରୀ ଶ୍ରୀ କିଣ୍ଡୋ ସୂଚନା ଦେଇଛନ୍ତି।