ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ବର୍ଷ ପୂର୍ତ୍ତି ପାଳନ

ଚମ୍ପୁଆ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ବର୍ଷ ପୂର୍ତ୍ତି ଓ ରାଜ୍ୟରେ ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚମ୍ପୁଆ ବିଜେପି ପକ୍ଷରୁ ପୂଜା ପାଠ ଓ ଦୀପଦାନ କରାଯାଇଥିଲା । ଚମ୍ପୁଆ ଚନ୍ଦ୍ରଶେଖର ମହାଦେବ ମନ୍ଦିରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ସମସ୍ତ କର୍ମୀ ସମବେତ ହୋଇ ସକାଳ ୯ ଘଟିକା ସମୟରେ ବିଜେପି ସରକାରଙ୍କ ଦୀର୍ଘାୟୁ କାମନା କରି ଇଶ୍ୱରଙ୍କ ଉଦ୍ଦେଶ୍ୟରେ ପୂଜା ପାଠ କରିଥିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବହୁବିଧ ବିକାଶ ସହିତ ଦେଶ ଅଗ୍ରଗତି ଦିଗରେ ଧ୍ୟାନ ଆକର୍ଷଣ କରି ଦୀପଦାନ କରିଥିଲେ । ଆଗାମୀ ଦିନରେ ସରକାର କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରି ମେକ ଇନ ଇଣ୍ଡିଆ, ମେଡ ଇନ ଇଣ୍ଡିଆ, ସେଫ ଇଣ୍ଡିଆ ଆଦି ବିଭିନ୍ନ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦଙ୍କ ଚମ୍ପୁଆ ପ୍ରତିନିଧି ସିଦ୍ଧାର୍ଥ ସିଂହ, ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ପ୍ରଧାନ, ହବି ଦାସ, ରାଜେଶ ଆଚାର୍ଯ୍ୟ, ସନ୍ତୋଷ ସାହୁ, ପ୍ରଦୀପ ରାଜ, କାର୍ତ୍ତିକ ସାହୁ, ବରୁଣ ରାମ, ଅରୁଣ ପତି, ଆନନ୍ଦ ଝରା, ସୁଧିର ସର୍ଦ୍ଦାର, ପହିଲି ନାଏକ, ଅମିତ ରାମ ପ୍ରମୁଖ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ । କେନ୍ଦ୍ରରେ ମୋଦୀ ସରକାରଙ୍କ ନେତୃତ୍ୱରେ ଧାରା ୩୭୦ ଉଛେଦ, ରାମମନ୍ଦିର ନିର୍ମାଣ, ୟୁପିଆଇ ପେମେଣ୍ଟ ସିଷ୍ଟମ, ଓ୍ୱାନ ନେସନ ଓ୍ୱାନ ଟାକ୍ସ (ଜିଏସଟି), ନକ୍ସଲ ମୁକ୍ତ ଭାରତ, ବନ୍ଦେ ଭାରତ ଏକ୍ସପ୍ରେସ, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଆଦି ଉପରେ ବିଭିନ୍ନ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଏହି ୧୨ବର୍ଷ ମଧ୍ୟରେ ବେଶ ସ୍ମରଣୀୟ ବୋଲି ଉପସ୍ଥିତ ନେତାଗଣ ମତବ୍ୟକ୍ତ କରିଥିଲେ ।

#culturealreport #odiacultureandtradition #champua #keonjhar #dumanikhabar
Comments (0)
Add Comment