ମୁନିଗୁଡା ଅମ୍ବାଦଳା : ରାୟଗଡା ଜିଲ୍ଲା ଅମ୍ବାଦଳା ଅଞ୍ଚଳରେ ସପ୍ତାହନ୍ତ ଦୁଇଦିନ ଶନିବାର ଓ ରବିବାର ସଟଡାଉନ ରହିଥିବା ବେଳେ ଆଜି ସୋମବାର ଦିନ ଅମ୍ବାଦଳା ବଜାର ମଧ୍ୟରେ ଅମାନିଆ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେଣୁ ଅମାନିଆଙ୍କୁ ସାବାଡ଼ ଲାଗି ଅମ୍ବାଦଳା ପୋଲିସ ପକ୍ଷରୁ ଯାଞ୍ଚ କଡାକଡି ହେଉଥିବା ଦେଖିବାକୁ ମିଳିଛି । ଅମାନିଆ ମାନେ ଗାଡି ମୋଟରରେ ବିନା ମାସ୍କରେ ବଜାର ଉପରେ ଚକର କାଟୁଥିବା ବେଳେ କିଛି ଦୋକାନ ସମ୍ମୁଖରେ ଭିଡ଼ ଲାଗି ରହିଥିଲା ।
ଲୋକମାନଙ୍କ ସହ କିଛି ଅମାନିଆ ବ୍ୟବସାୟୀମାନେ କୋଭିଡ କଟକଣା ମନୁନଥିବା ପରିଲିଖିତ ହୋଇଥିବା ବେଳେ କେତେଜଣ ଲାଭ ଖୋର ବ୍ୟବସାୟୀ ଲକଡାଉନ କଟକଣା ଓ ବଜାର କମିଟି ଗାଇଡ଼ଲାଇନ୍ସ ନ ମାନି ଦୋକାନ ଆଗରେ ଭିଡ଼ ଜମାଇ ଦୋକାନ ଖୋଲି ବସି ଥିବାର ଦେଖା ଦେଇଥିବାରୁ ଆଜି ଅମ୍ବାଦଳା ଥାନା ଆଇଆଇସି ନିଳାମ୍ବର ଯାନୀଙ୍କ ନିର୍ଦ୍ଧେଶରେ ଏକ ପୋଲିସ ଟିମ ଅମ୍ବାଦଳା ସହରର କାରଗିଲ ଛକ, ଷ୍ଟେସନ ଛକ, ହାଟପଦା କୁମୁଡ଼ାବାଲି ଛକ ସହ ଅନ୍ୟାନ୍ୟ ସ୍ଥାନରେ ପଥଚାରି, ବାଇକ ଆରୋହି ଓ ଅମାନିଆ ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରିବା ସହ ସେମାନଙ୍କୁ କୋଭିଡ-୧୯ ର କଟକଣା ଉପରେ ସଚେତନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ଯାଞ୍ଚ ସମୟରେ ଏସାଇ କେ. ଭି ରାଵନା, ଏ ଏସାଇ ଅନୁପ କୁମାର ଶତପଥୀଙ୍କ ସହ ଥାନାର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।